Advertisment

ରିଲ୍ସ ନିଶା ପଡିଲା ଭାରି; ଭାସିଗଲେ ୨ଯୁବତୀ

କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ଗୋବିନ୍ଦପାଲ୍ଲି ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ

ଅଦ୍ୟତନ ହୋଇଛି
malkangiri

malkangiri

Advertisment

ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ। ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

Advertisment

କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ଗୋବିନ୍ଦପାଲ୍ଲି ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ। ବୁଲାବୁଲି ସମୟରେ ଏମାନେ ମୋବାଇଲରେ ରିଲ୍ସ କରୁଥିଲେ। ଜଳପ୍ରପାତରେ ରିଲ୍ସ କରୁ କରୁ ପ୍ରଖର ସୁଅରେ ଭାସି ଯାଇଥିଲେ ୨ ଯୁବତୀ। ପ୍ରଖରସ୍ରୋତ କାରଣରୁ ସେମାନେ ଆଉ ପାଣି ଭିତରୁ ବାହାରି ପାରିନଥିଲେ। ତେବେ ସେମାନଙ୍କ ସହ ଯାଇଥିବା ଦୁଇ ଡ୍ରାଇଭର ପାଣି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର
କରିଥିଲେ।

ଗୁମ୍ମାଝରଣ ଜଳପ୍ରପାତରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ସୁରକ୍ଷାବାଡ ନଥିବାରୁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe