Advertisment

ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା କାର୍‌, ୨ ମହିଳା ମୃତ

ମୃତ ୨ ମହିଳା ଗୋଟିଏ ପରିବାରର।

ଅଦ୍ୟତନ ହୋଇଛି
Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ଅପରାହ୍ନରେ ଏକ ମର୍ମତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ମୃତାହତମାନେ ଗୋଟିଏ ପରିବାରର। ସେମାନଙ୍କ ଘର ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳରେ। ସେମାନେ ବାଙ୍ଗିରିପୋଷି ଘାଟିରେ ଥିବା ଦୁଆରଶୁଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ ସେମାନେ କାରରେ ଘାଟି ରାସ୍ତା ଓହ୍ଲାଉଥିବା ବେଳେ ପଛପଟୁ ଏକ ଆଇରନ୍ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ କାର୍‌ଟି ତା’ ଆଗରେ ଥିବା ଆଉ ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। କାର୍‌ଟି ଦୁଇଟି ଯାକ ଟ୍ରକ୍ ମଝିରେ ଚାପିହୋଇ ରହିଯାଇଥିଲା।

Advertisment

କାର୍ ଭିତରେ ଚାପି ହୋଇଯିବାରୁ ୨ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେମାନେ ଦୁଇ ଯାଆ ବୋଲି ଜଣାପଡ଼ିଛି। କାର୍‌କୁ କଟର ମେସିନରେ କାଟି ସମସ୍ତ ମୃତାହତଙ୍କୁ ବାହାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତରେ ଦମକଳ ବାହିନୀ ଓ ପୁଲିସ୍ ଉଦ୍ଧାର କାର୍ଯ୍ୟ ସଂପନ୍ନ କରିଥିଲେ।

ଗୁରୁତର ଆହତଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ୨ ଜଣ ଯୁବତୀ ଅଛନ୍ତି। ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe