Advertisment

ଶବ ଦେଖିବାକୁ ଯାଇଥିଲେ, ଶବ ବାହକ ଗାଡ଼ିରେ ଫେରିଲେ!

ନୀଳଗିରି କଦମ୍ବ ସାହିର ସାବିତ୍ରୀ ନାୟକ ଅସୁସ୍ଥ ହୋଇଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Balasore

Balasore

Advertisment

ମେଡ଼ିକାଲ୍‌ରେ ପଡ଼ୋଶୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଦେଖିବାକୁ ଯାଇଥିଲେ। ହେଲେ ଶବ ବାହକ ଗାଡ଼ିରେ ଘରକୁ ଫେରିଥିଲେ। ଶ୍ମଶାନରେ ଜଳୁଛି ଚିତା। ଆଜି ଅପରାହ୍ନରେ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି।

Advertisment

ନୀଳଗିରି କଦମ୍ବ ସାହିର ସାବିତ୍ରୀ ନାୟକ ଅସୁସ୍ଥ ହୋଇଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାବିତ୍ରୀଙ୍କ ମୃତ୍ୟୁ ଖବର ପାଇ ସ୍ୱାମୀଙ୍କ ସହ ସ୍କୁଟିରେ ମେଡ଼ିକାଲ୍‌ ଯାଇଥିଲେ ପଡୋଶୀ ସୁବାସିନୀ ମେଦିନୀରାୟ। ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡୁଥିଲେ ମେଡ଼ିକାଲ୍‌ କ୍ୟାମ୍ପସ। ସାବିତ୍ରୀଙ୍କ ମୃତଦେହ ପାଖରେ ପରିବାର ଲୋକେ ଛାତି ବାଡ଼େଇ କାନ୍ଦୁଥିଲେ।

ମେଡ଼ିକାଲ୍‌ରେ ଏ ଚିତ୍ର ଦେଖି ଧୌର୍ଯ୍ୟ ହରା ହୋଇଥିଲେ ସୁବାସିନୀ। ଆଉ ସେଇଠି ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ରିପୋର୍ଟ- ବିଶ୍ୱମ୍ଭର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe