Advertisment

ଛାତ ପଡ଼ୁଥିବା ବେଳେ ଭୁଶୁଡ଼ି ପଡ଼ିଲା; ଜଣେ ଶ୍ରମିକଙ୍କ ଦୁଇ ହାତ କଟିଗଲା, ୩/୪ ଜଣ ଫସି ରହିଥିବା ଆଶଙ୍କା

ପୋର୍ଟିକର ପଡୁଥିବା ଛାତ ସହିତ ୪ଟି ବଡ଼ ପିଲାର ମଧ୍ୟ ଭୁଶୁଡ଼ି ପଡ଼ିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଢେଙ୍କାନାଳ ସହରର ମହିଷାପାଟରେ ଏକ ନିର୍ମାଣାଧୀନ ୫ ମହଲା କୋଠାର ପୋର୍ଟିକର ଛାତ ପଡୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦୁଇଟି ଯାକ ହାତ କଟି ଯାଇଛି। ବାମ ହାତଟି ପାପୁଲି ପାଖରୁ ପୂରା କଟି ଯାଇଥିବା ବେଳେ ଡାହାଣ ହାତଟି କହୁଣୀ ପାଖରୁ କଟିଯାଇଛି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। 

Advertisment

ଅନ୍ୟପକ୍ଷରେ ଆହୁରି ୩/୪ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କାରଣ ଛାତ ପଡ଼ୁଥିବା ବେଳେ ତଳେ ପ୍ରାୟ ୧୦ ଶ୍ରମିକ ଥିଲେ ବୋଲି କୁହାଯାଉଛି। ପୋର୍ଟିକର ପଡୁଥିବା ଛାତ ସହିତ ୪ଟି ବଡ଼ ପିଲାର ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହି ପିଲାରଗୁଡ଼ିକର ଉଚ୍ଚତା ପ୍ରାୟ ୪୦/୫୦ ଫୁଟ ହେବ। 

ସ୍ଥାନୀୟ ପ୍ରଶାସନ, ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୁଶୁଡ଼ି ପଡ଼ିଥିବା ନିର୍ମାଣାଧୀନ ଛାତର ଭଗ୍ନାବଶେଷଗୁଡ଼ିକୁ ହଟାଇବାକୁ ଏକ ଜେସିବିକୁ କାମରେ ଲଗାଯାଇଛି। 

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe