Advertisment

ବଣାଇ ସ୍ୱତନ୍ତ୍ର କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ମୃତ ଯୁବକଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା।

Dead Body

Dead Body

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ୍ରାମ ମୁଣ୍ଡା (୨୮)। ତାଙ୍କ ଘର କେ.ବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳରେ।

Advertisment

୨୦୨୦ ମସିହାରେ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ ଖାଦ୍ୟ ମଧ୍ୟ ଖାଇଥିଲେ। କିନ୍ତୁ ତା’ପରେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରାମଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବଣାଇ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Jail Prisoners Death In Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe