Crash
ଆମେରିକା ସେନାର ଗୋଟିଏ ବିମାନ ଜାପାନର ୟାକୁଶିମା ଦ୍ୱୀପପୁଞ୍ଜ ନିକଟରେ କ୍ରାଶ କରି ଯାଇଛି। ଏହି ଭି-୨୨ ଓସପ୍ରେୟ ବିମାନରେ ମୋଟ ୮ ଜଣ କ୍ରୁ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଛି। ତଟରକ୍ଷୀ ବାହିନୀର ମୁଖପାତ୍ରଙ୍କ ପକ୍ଷରୁ ଦୁର୍ଘଟଣା ଖବରକୁ ନିଶ୍ଚିତ କରାଯାଇଛି।
ମୁଖପାତ୍ର ଜଣଙ୍କ କହିଛନ୍ତି ଯେ ସମୁଦ୍ର ମଧ୍ୟରୁ କ୍ରାଶ ହୋଇଥିବା ବିମାନର ଧ୍ୱଂସାବଶେଷ ଓ ଜଣେ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି। ତଟରକ୍ଷୀ ବାହିନୀର ପାଟ୍ରୋଲ ଡଙ୍ଗା ଓ ବିମାନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ସ୍ଥାନୀୟ ସମୟ ଅପରାହ୍ନ ୨.୪୭ ମିନିଟରେ ଆମେରିକା ସେନାର ଗୋଟିଏ ବିମାନ ୟାକୁଶିମା ଦ୍ୱୀପପୁଞ୍ଜରେ କ୍ରାଶ କରି ଯାଇଥିବା ଖବର ମିଳିଥିଲା। ଏହା ମଧ୍ୟରେ ୮ ଜଣ କ୍ରୁ ସଦସ୍ୟ ଥିବା ଆମକୁ କୁହାଯାଇଥିଲା। ଏହାପରେ ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିଥିଲୁ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।
ଏହାପୂର୍ବରୁ ଅଗଷ୍ଟ ମାସରେ ଅଷ୍ଟ୍ରେଲିଆରେ ମଧ୍ୟ ଗୋଟିଏ ଓସପ୍ରେୟ ବିମାନ କ୍ରାଶ ହୋଇଥିଲା। ୩ ଜଣ ନୌ ସେନା ଯବାନଙ୍କ ୨୩ ଜଣ ଏଥିରେ ପ୍ରାଣ ହରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Crash__1701250916.jpg)