Advertisment

ହୁ ହୁ ହୋଇ ଜଳୁଛି ଓଭରବ୍ରିଜ୍‌

ଯୁଆଡେ ଦେଖିବ କେବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି।

author-image
Madhupriya Mistry
Massive Blaze on flyover

Massive Blaze on flyover

ଜଳୁଛି ଓଭରବ୍ରିଜ୍‌। ହୁ ହୁ ହୋଇ ଜଳିବା ସହ ଚାରିଆଡଁ କଳା ଧୂଆଁ ବ୍ୟାପି ଯାଇଛି। ଭୟଙ୍କର ରୂପ ଧାରଣ କରିଛି ନିଆଁ। ପାଖାପାଖି ଏ ମୁଣ୍ଡରୁ ସେ ମୁଣ୍ଡରେ କେବଳ ନିଆଁ ଆଉ କଳା ଧୂଆଁ ଦେଖାଯାଉଛି। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି।

Advertisment

ପଞ୍ଜାବ ଲୁଧିଆନାର ଖାନା ଅଞ୍ଚଳରେ ଥିବା ଏକ ଓଭରବ୍ରିଜ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଯୁଆଡେ ଦେଖିବ କେବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ଏକ ତେଲ ଟାଙ୍କିରେ ନିଆଁ ଲାଗି ଯିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସେପଟେ ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଓଭରବ୍ରିଜ୍‌ ଉପରେ ନିଆଁ ଲାଗିବା ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଛି।

Advertisment

ଏସ୍‌ଏସ୍‌ପି ଅମନୀତ କୋଣ୍ଡାଲଙ୍କ କହିବା ମୁତାବକ, ମଧ୍ୟାହ୍ଣ ସାଢ଼େ ୧୨ଟାରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଖବର ମିଳିଥିଲା। ଖବର ପାଇବା ପରେ ପୁଲିସ ଓ ୪ରୁ ୫ଟି ଦମକଳ ଗାଡ଼ି ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି। ସ୍ଥିତି ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।

ସୂଚନା ମୁତାବକ, ଏକ ତେଲ ଟ୍ୟାଙ୍କରଟି ଦ୍ରୁତ ଗତିରେ ଆସି ଓଭରବ୍ରିଜ୍‌ରେ ଧକ୍କା ଦେଇ ଓଲିଟି ପଡିଥିଲା। ପରେ ଏଥିରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଏଥିରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Massive Blaze On Flyover Punjab