Advertisment

ଥାନା ଆଗରେ ଯୁବତୀଙ୍କ ମୃତଦେହ, ଲୋକଙ୍କ ଧାରଣା

ଆଜି ଶବ ବ୍ୟବଚ୍ଛେଦ କରାଯାଇଥିଲା। ତା’ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ପରିବାର ଲୋକେ ମୃତଦେହ ଧରି ତାଳଚୁଆ ସାମୁଦ୍ରିକ ଥାନାରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ଥାନା ଆଗରେ ଯୁବତୀଙ୍କ ମୃତଦେହ। କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶତାଧିକ ଗାଁ ଲୋକ ଧାରଣା ଦେଇଛନ୍ତି। ଆଜି ଅପରାହ୍ନରେ ଏପରି ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ସମ୍ମୁଖରେ। ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

Advertisment

ବୁଧବାର ଅପରାହ୍ନରେ ରାଜେନ୍ଦ୍ର ନଗର ଗାଁର ପୂର୍ଣ୍ଣିମା ତରାଇ ଟେଲରିଙ୍ଗ ଶିଖିବା ପାଇଁ ସାଇକେଲ୍‌ରେ ଯାଉଥିଲେ। ତାଳଚୁଆ ସାମୁଦ୍ରିକଠାରୁ ମାତ୍ର ୨୦୦ ମିଟର ଦୂରରେ ତାଙ୍କ ସାଇକେଲ୍‌କୁ ଧକ୍କା ଦେଇଥିଲେ ଏକ ବାଇକ୍‌। ଦୁର୍ଘଟଣାରେ ପୂର୍ଣ୍ଣିମା ଗୁରୁତର ଆହତ ହୋଇଥିଲେ। ହେଲେ ବାଇକ୍‌ ଆରୋହୀ ତାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସେଠାରୁ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୂର୍ଣ୍ଣିମାଙ୍କୁ ଉଦ୍ଧାର କରି ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଜନଗର ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ୱିତ ରାତିରେ ପୂର୍ଣ୍ଣିମାଙ୍କ ମୃତ୍ୟୁ ଘଟିଛି।

Advertisment

ଆଜି ଶବ ବ୍ୟବଚ୍ଛେଦ କରାଯାଇଥିଲା। ତା’ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ପରିବାର ଲୋକେ ମୃତଦେହ ଧରି ତାଳଚୁଆ ସାମୁଦ୍ରିକ ଥାନାରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ଶତାଧିକ ଗାଁ ଲୋକ ଧାରଣାରେ ବସିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଧକ୍କା ଦେଇଥିବା ବାଇକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି।

ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ରିପୋର୍ଟ- ପଟ୍ଟାମୁଣ୍ଡାଇର ପ୍ରବୀର କୁମାର ନାୟକ

Accident Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe