Advertisment

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରକୁ ଧକ୍କା ଦେଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର

ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।

author-image
Manoranjan Sial
ଅଦ୍ୟତନ ହୋଇଛି
Train

Train

ଗୋଟଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଏଥିରେ ବହୁ ଯାତ୍ରା ଗୁରୁତର ଆହତ ହୋଇଛନ୍ତି। ଦୁଇ ପାସେଞ୍ଜର ଟ୍ରେନ୍‌ଟି ଓଡ଼ିଆ ଆସୁଥିବା ଜଣାପଡ଼ିଛି। 

Advertisment

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ବିଜୟନଗ୍ରମ ଆଲ୍‌ମଣ୍ଡ ଷ୍ଟେସନ୍‌ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍‌ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା।ଫଳରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Train Accident Rayagada