Advertisment

ଟେକଅପ୍‌ର ୧୦ ମିନିଟ ପରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ଆଜି ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଉକ୍ତ ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Vistara

Vistara

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଟେକଅପ୍‌ର କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଛି ଭିସ୍ତାରା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଭିସ୍ତାରା ଏୟାରଲାଇନ୍ସ କର୍ତ୍ତୃପକ୍ଷ ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନୂଆଦିଲ୍ଲୀ ଅଭିମୁଖେ ପଠାଇବାକୁ ବ୍ୟବସ୍ଥା କରୁଛନ୍ତି।

Advertisment

ଆଜି ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଭିସ୍ତାରା ବିମାନ। ଉକ୍ତ ବିମାନରେ ପ୍ରାୟ ୧୭୦ ଜଣ ଯାତ୍ରୀ ଥିଲେ। ବିମାନ ଟେକ୍‌ଅପ୍‌ କରିବାର ୧୦ ମିନିଟ୍‌ ପରେ ମଝି ଆକାଶରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିଲା। ଯେଉଁଥିପାଇଁ ବିମାନର ୱିଣ୍ଡସିଲ୍‌ ଭାଙ୍ଗି ଯାଇଥିଲା। କୁଆପଥର ମାଡ଼ରେ ବିମାନର ଆଗ ପାର୍ଶ୍ୱରେ ଅନେକ ସ୍ଥାନରେ ଚେପା ହୋଇଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପାଇଲଟ୍‌ ବିମାନକୁ ଆଗକୁ ନେବା ପରିବର୍ତ୍ତେ ଜରୁରୀ ଅବତରଣ ପାଇଁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହିତ ଯୋଗାଯୋଗ କରିଥିଲେ। ତା’ପରେ ବିମାନ ଜରୁରୀ ଅବତରଣ କରିଥିଲା।

ଭିସ୍ତାରା ବିମାନ ସୁରକ୍ଷିତ ଜରୁରୀ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଅନ୍ୟ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ଭିସ୍ତାରା ଏୟାଲାଇନ୍ସ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଏୟାରପୋର୍ଟରେ ଅବତରଣ କରିଥିବା ଭିସ୍ତାରା ବିମାନକୁ ଯାଞ୍ଚ କରୁଛନ୍ତି ଟେକ୍ନିକାଲ୍‌ ଟିମ୍। ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

Advertisment
Bhubaneswar Bhubaneswar News Vistara Flights