Advertisment

ବିମାନ ଦୁର୍ଘଟଣାରେ ୟେଭଗେନି ପ୍ରିଗୋଝିନଙ୍କ ମୃତ୍ୟୁ, ପୁଟିନଙ୍କ ବିରୋଧରେ କରିଥିଲେ ବିଦ୍ରୋହ

ଗତକାଲି ରୁଷରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ରିଗୋଝିନଙ୍କର ନାମ ବି ସାମିଲ ଥିବା ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଛି।

Yevgeny Prigozhin

Yevgeny Prigozhin

Advertisment

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରି ଚର୍ଚ୍ଚାକୁ ଆସିଥିବା ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଗତକାଲି ରୁଷରେ ହୋଇଥିବା ଏକ ବିମାନ ଦୁର୍ଘଟଣାରେ ସମୁଦାୟ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପ୍ରିଗୋଝିନଙ୍କର ନାମ ବି ସାମିଲ ଥିବା ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଛି।

Advertisment

ଗତକାଲି ଏକ ପ୍ରାଇଭେଟ୍ ଜେଟ ମସ୍କୋରୁ ସେଣ୍ଟ ପିଟର୍ସବର୍ଗ ଯାଉଥିବା ବେଳେ ମଝି ଆକାଶରେ ବିମାନଟି ଦୁର୍ଘଟଣା ଶିକାର ହୋଇଥିଲା । ବିମାନରେ ମୋଟ ୭ ଯାତ୍ରୀଙ୍କ ସହ ୩ ଜଣ କ୍ରୁ ମେମ୍ବର ଥିଲେ । ଏହି ଦୁର୍ଘଟଣାରେ ପ୍ରିଗୋଝିନଙ୍କ ସମେତ ସମସ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରୁଷିଆର ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣା ନେଇ ସ୍ପଷ୍ଟ କରାଯାଇଛି ।

ୟେଭଗେନୀ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ 'ପୁଟିନ୍ସ ସେଫ୍' ବୋଲି ମଧ୍ୟ ସମ୍ବୋଧନ କରାଯାଏ। ୨ଦିନ ପୂର୍ବରୁ ୱାଗନର ଗ୍ରୁପ ମୁଖ୍ୟ ୟେଭଗେନୀ ପ୍ରଗୋଝିନ ଆଫ୍ରିକାରେ ଥିବା ବେଳେ ସୋଶାଲ ମିଡିଆରେ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

Advertisment

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ୟେଭଗେନି ପ୍ରିଗୋଝିନ। ଜୁନରେ ରୁଷରେ ହୋଇଥିବା ବିଦ୍ରୋହ ପରେ ୟେଭଗେନୀ ପ୍ରିଗୋଝିନଙ୍କ କେତେବେଳେ ବି ହତ୍ୟା କରାଯାଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେବେ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ପ୍ରିଗୋଝିନ୍‌ଙ୍କ ଘରୋଇ ସେନା ସଙ୍ଗଠନ ରୁଷ୍‌ର ୟୁକ୍ରେନ୍‌ ବିରୋଧୀ ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରୁଷ ସେନା ସହ କାନ୍ଧରେ କାନ୍ଧ ମିଶାଇ ୱାଗନର ଗ୍ରୁପ୍‌ କାମ କରୁଥିଲା। କିନ୍ତୁ କିଛି ମାସ ତଳେ ମସ୍କୋର ‌ସାମରିକ ନେତୃତ୍ୱ ସହିତ ପ୍ରିଗୋଝିନଙ୍କ ସମ୍ପର୍କ ତିକ୍ତ ହେବାରୁ ସେ ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ।

ରୁଷ ସେନା ବିରୋଧରେ ୱାଗନର ଗ୍ରୁପ୍‌ ଲଢ଼େଇ ଡାକରା ଦେଇଥିବାରୁ ଏହାକୁ ପୁଟିନ ରାଷ୍ଟ୍ର ବିରୋଧୀ ବୋଲି କହିଥିଲେ। ଏଥିସହ ଦେଶଦ୍ରୋହୀମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ ଚେତାବନୀ ଦେଇଥିଲେ। ତେଣୁ ଯେକୌଣସି ମୂହୂର୍ତ୍ତରେ ପ୍ରିଗୋଝିନ୍‌ଙ୍କୁ ହତ୍ୟା କରାଯାଇପାରେ ବୋଲି ଦେଶବାସୀ ଆଶଙ୍କା କରିଥିଲେ।

୧୯୬୧ ମସିହାରେ ଜନ୍ମିତ ପ୍ରିଗୋଝିନ୍‌ ୨୦ ବର୍ଷ ବୟସରୁ ହିଁ ମାରପିଟ, ଡକାୟତି ଆଦି ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ। ଜେଲ୍‌ରୁ ବାହାରିବା ପରେ ସେ ନିଜର ୱାଗନର ଗ୍ରୁପ୍‌ କରି ସେଥିରେ ଭଡ଼ାଟିଆ ସୈନ୍ୟଙ୍କୁ ଯୋଡ଼ୁଥିଲେ।

ୟୁକ୍ରେନ ଯୁଦ୍ଧରେ ଅନାୟସରେ ବିଜୟ ହାସଲ କରିବାକୁ ୱାଗନର ଗ୍ରୁପ୍‌କୁ ସାମିଲ କରାଯାଇଥିଲା। ରୁଷ ଜେଲ୍‌ରେ ବନ୍ଦ ଥିବା ପ୍ରାୟ ୫୦ ହଜାର କଏଦୀଙ୍କୁ ପ୍ରିଗୋଝିନ୍‌ ନିଜ ଗ୍ରୁପ୍‌ରେ ସାମିଲ କରି ୟୁକ୍ରେନ୍‌ ଯୁଦ୍ଧରେ ଓହ୍ଲାଇଥିଲେ। ଉକ୍ତ ଯୁଦ୍ଧରୁ ବଞ୍ଚିଗଲେ କଏଦୀମାନଙ୍କ ଦଣ୍ଡାଦେଶକୁ କ୍ଷମା କରାଯିବ ବୋଲି ସେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Russia Plane Crash Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe