Advertisment

କୂଅ ସଫା ବେଳେ ଅଘଟଣ;୨ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସାଥୀଙ୍କ ଜୀବନ

। ଦିବାକରଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Well cleaning

Well cleaning

କୂଅ ଭିତରୁ ଅନ୍ୟ ୨ସାଥୀ ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଦେଲେ ଜଣେ ବ୍ୟକ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଗାଁରେ ଏପରି ଘଟଣା ଘଟିଛି। ମୃତକ ହେଲେ ନରଣପୁର ଗାଁର ଦିବାକର ସାହୁ।

Advertisment

ଆଜି ସକାଳେ ଗଣିଆନାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ କୂଅ ସଫା କରାଯାଉଥିଲା। ଦିବାକରଙ୍କ ସମେତ ଦୁଇ ଜଣ ଶ୍ରମିକ କୂଅ ସଫା କରିବା ପାଇଁ ଆସିଥିଲେ। ଦୁଇ ଜଣ ଶ୍ରମିକ କୂଅ ଭିତରେ ପଶି ସଫା କରୁଥିବା ବେଳେ ଦିବାକର ଉପରେ ଠିଆ ହୋଇ ଥିଲେ। କିଛି ସମୟ ମଧ୍ୟରେ କୂଅ ଭିତରକୁ ସଫା କରିବାକୁ ଯାଇ ଥିବା ୨ଜଣ ଶ୍ରମିକଙ୍କ ପାଟି ଶୁଭିନଥିଲା। ଗ୍ରାମବାସୀ ଯେତେ ଡାକିଥିଲେ ମଧ୍ୟ ସେମାନେ କୌଣସି ଉତ୍ତର ଦେଇନଥିଲେ।

ଏନେଇ ସମସ୍ତେ ଚିନ୍ତିତ ହୋଇଯାଇଥିଲେ। ଏହି ସମୟରେ ଦିବାକର ସାଥୀ ଶ୍ରମିକଙ୍କୁ ହାଲଚାଲ ବୁଝିବା ପାଇଁ କୂଅ ଭିତରକୁ ଯାଇଥିଲେ। ସେମାନେ ଅଣ ନିଶ୍ୱାସୀ ହୋଇନପଡ଼ିଥିବା ଦେଖିଥିଲେ। ପରେ ଦିବାକର ଦୁଇ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ହେଲେ ନିଜେ କୂଅ ଭିତରେ ଅଣନିଶ୍ୱାସୀ ହୋଇପଡ଼ି ତା’ ଭିତରେ ରହିଯାଇଥିଲେ। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଫୋନ୍ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦିବାକରଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦିବାକରଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Ganjam