Advertisment

ମାଛ ଧରିବାକୁ ଯାଇ ନଦୀରେ ବୁଡ଼ିଯାଇଥିଲେ, ଦୁଇଦିନ ପରେ ମିଳିଲା ମୃତଦେହ

ମାଛ ଧରିବା ବେଳେ ଡ଼ଙ୍ଗା ଭିତରେ ପାଣି ପଶିଯିବାରୁ ଡ଼ଙ୍ଗାଟି ମଝି ନଈରେ ବୁଡ଼ିଯାଇଥିଲା।

River

River

Advertisment

ଦୁଇ ଦିନପରେ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ। ଘଟଣାଟି ହେଉଛି କୋରାପୁଟଜିଲ୍ଲା ଚଣ୍ଡାଳମୁଣ୍ଡ ଗାଁରେ। ମୃତ ଯୁବକ ହେଉଛନ୍ତି ଧନୁର୍ଯ୍ୟୟ ଶୀଶା।

Advertisment

ସୋମବାର ରାତି ପ୍ରାୟ ୧ରୁ ୨ଟା ସମୟେରେ ଧନୁର୍ଯ୍ୟୟ ଶୀଶା ଓ ମଧୁ ଶୀଶା ମାଛ ଧରିବାକୁ ନଦୀକୁ ଯାଇଥିଲେ। ମାଛ ଧରିବା ବେଳେ ଡ଼ଙ୍ଗା ଭିତରେ ପାଣି ପଶିଯିବାରୁ ଡ଼ଙ୍ଗାଟି ମଝି ନଈରେ ବୁଡ଼ିଯାଇଥିଲା। ଫଳରେ ଡଙ୍ଗାରେ ଥିବା ଧନୁର୍ଯ୍ୟୟ ଓ ମଧୁ ପାଣିରେ ବୁଡ଼ିଯାଇଥିଲେ। କିଛି ସମୟ ଭିତରେ ମଧୁ ପାଣିରୁ ପହଁରି ପହଁରି କୂଳକୁ ଆସି ଯାଇଥିଲେ। ହେଲେ ଧନୁର୍ଯ୍ୟୟଙ୍କର ପତା ମିଳିନଥିଲା। ସେଇ ରାତିରେ ବହୁ ଖୋଜାଖୋଜି କରିଥିଲେ ମଧୁ ହେଲେ ଧନୁର୍ଯ୍ୟୟଙ୍କୁ ପାଇନଥିଲେ। ଏନେଇ ଭୟରେ କାହାରିକୁ କିଛି କହିନଥିଲେ ମଧୁ।

ଧନୁର୍ଯ୍ୟୟ ଘରକୁ ନଆସିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ଗାଁର କିଛି ଲୋକଙ୍କ ଠାରୁ ଜାଣିବାକୁ ପାଇଲେ ଧନୁର୍ଯ୍ୟୟ ଓ ମଧୁ ଦୁଇଜଣ ମାଛଧରିବାକୁ ଯାଇଥିଲେ। ମଧୁକୁ ଖୋଜାଖୋଜି କରି ପରିବାର ଲୋକ ଧରିବା ପରେ ତାଙ୍କଠାରୁ ସବୁକଥା ଯାଣିବାକୁ ପାଇଥିଲେ। ଏହାପରେ ଧନୁର୍ଯ୍ୟୟଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

Advertisment

ଲମତାପୁଟ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ କୋରାପୁଟ ଓଡ୍ରାଫ ଟିମ ମିଳିତ ଭାବେ ଦୁଇ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆଜି ନିଖୋଜ ଯୁବକଙ୍କ ମୃତ ଦେହକୁ ମହାଦେଇପୁଟ ନଦୀଘାଟ ନିକଟରୁ ଉଦ୍ଧାର କରିଥିଲେ କୋରାପୁଟ ଓଡ୍ରାଫ ଟିମ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe