Advertisment

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଏସ୍‌ଆଇ କୁଆଡ଼େ ଗଲେ?

ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ପୁଲିସ୍‌ ମାଡ଼ାମ କୁଆଡେ ଗଲେ? ତାଙ୍କୁ ରାତି ଅଧିଆ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି, ନା ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ?

Kajol Bag

Kajol Bag

Advertisment

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଏସ୍‌ଆଇ କେଉଁଠି? ଅଧା ଚିକିତ୍ସାରୁ ହସ୍ପିଟାଲ୍‌ରୁ କାହିଁକି ଗାୟବ ହୋଇଗଲେ? ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମେଡ଼ିକାଲ୍‌ରୁ ଗାଏବ ନେଇ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏନେଇ ପୁଲିସ୍‌କୁ ଅବଗତ କରାଇଥିବା କହିଛନ୍ତି। କିନ୍ତୁ ବଲାଙ୍ଗିର ଏସ୍‌ଡିପିଓଙ୍କୁ ଏ ସମ୍ପର୍କରେ ପଚାରିଲେ ସେ କହୁଛନ୍ତି, ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାହାହେଲେ କିଏ ସତ କହୁଛନ୍ତି? ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷ ନା ଏସ୍‌ଡିପିଓ।

Advertisment

ସଇଁନ୍ତଳା ଥାନାରେ ଏସ୍‌ଆଇ ଭାବେ ନିଯୁକ୍ତି ପାଇଥିଲେ କାଜଲ ବାଗ। ସେ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲେ। ଚର୍ଚ୍ଚା ହେଉଛି, ଗତ ୨୪ ତାରିଖ ବିଳମ୍ବତି ରାତିରେ ସେହି ଭଡ଼ା ଘରୁ ଶୁଭିଥିଲା ପାଟିତୁଣ୍ଡର ଶବ୍ଦ। ଆୱାଜ ଶୁଣି ଉଠି ପଡ଼ିଥିଲେ ପାଖ ପଡ଼ୋଶୀ। ଆଉ ଏହାର କିଛି ସମୟ ପରେ ଲେଡି ସବ୍ ଇନସ୍ପେକ୍ଟରଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଇଁତଳା ଥାନାରୁ ଆସିଥିବା ୨ ମହିଳା କର୍ମଚାରୀ ତାଙ୍କୁ ଉଦ୍ଧାର କରି ସଇଁତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି SI କାଜଲ ବାଗ ଅସୁସ୍ଥ ବୋଲି ସଇନ୍ତଳା ପୁଲିସ ଜାଣିଲା କେମିତି? ଥାନାକୁ ଖବର କିଏ ଦେଲା?

ମେଡ଼ିକାଲ୍‌ ରେଜିଷ୍ଟରରୁ ମିଳିଥିବା ତଥ୍ୟ ଅନୁସାରେ ରାତି ଗୋଟାଏ ୧୦ ମିନିଟରେ SI କାଜଲ ବାଗଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ମଶା ମରା ବିଷ ପିଇଥିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦିଆଯାଇଥିଲା। ରାତି ୨ଟା ୫୦ ମିନିଟ୍‌ରେ କାଜଲ ବାଗଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସକାଳ ହେବା ବେଳକୁ ସେ ବେଡରେ ନଥିବା ଜାଣିବାକୁ ପାଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ଯାହାକୁ ନେଇ ବଢ଼ୁଛି ସସ୍‌ପେନ୍ସ।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଥିବା ପୁଲିସ୍‌ ମାଡ଼ାମ କୁଆଡେ ଗଲେ? ତାଙ୍କୁ ରାତି ଅଧିଆ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି, ନା ଘଟଣା ପଛରେ ରହିଛି ଆଉ କିଛି ରହସ୍ୟ? ଏସବୁ ଭିତରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗଙ୍କ ବୟାନ ଏ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛି। ଲେଡି ଅଫିସର ଜଣକ ମେଡିକାଲରେ ଚିକିତ୍ସାଧୀନ ଥିବା SDPO କହୁଥିବା ବେଳେ ସେପଟେ ସଂପୃକ୍ତ ମହିଳା ଅଧିକାରୀ କିନ୍ତୁ ଆଦୌ ବେଡରେ ନଥିବା କଥା କହୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏପରିକି ତାଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିବା କହିଛନ୍ତି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଇନଚାର୍ଜ ସୁପରିନଟେଣ୍ଡେଣ୍ଟ ସଚଳା ଭୋଇ।

ଯଦି ମହିଳା ଏସଆଇ ସୁସ୍ଥ ହୋଇ ଫେରିଛନ୍ତି, ତାହାହେଲେ ଆତ୍ମହତ୍ୟା ଉଦ୍ୟମ ଅପରାଧରେ ତାଙ୍କୁ କାହିଁକି ଗିରଫ କରିନି ପୁଲିସ? ତାଙ୍କୁ ଆତ୍ମହତ୍ୟା ପାଇଁ କିଏ ଉସୁକେଇଛି କି?

ରିପୋର୍ଟ- ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ମନରଞ୍ଜନ ଯୋଶୀ

Odisha Police Balangir Balangir Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe