Advertisment

ପାଣି କାଢ଼ିବା ବେଳେ କୂଅରେ ଖସିପଡ଼ିଲେ ମହିଳା, ତା’ପରେ...

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି।

author-image
Tapaswini Nayak
Well

Well

କୂଅରୁ ପାଣି କାଢୁଥିବା ବେଳେ ଖସି ପଡ଼ିଲେ ମହିଳା। କୂଅରେ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୩ନମ୍ବର ୱାର୍ଡରେ। ମୃତ ମହିଳା ଜଣଙ୍କ ହେଲେ ଶାନ୍ତିଲତା ବେହେରା।

Advertisment

ଗତକାଲି ସନ୍ଧ୍ୟାରେ ଶାନ୍ତିଲତା ନିଜ ଘର ପାଖ କୂଅରୁ ପାଣି କାଢ଼ୁଥିଲେ। ଅସାବଧାନତା କାରଣରୁ ସେ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଶାନ୍ତିଲତାଙ୍କୁ ପାଇ ନଥିଲେ। ପରେ ମହିଳାଙ୍କ ମୃତଦେହ କୂଅରେ ଭାସୁଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Deadbody Dhenkanal