Well
କୂଅରୁ ପାଣି କାଢୁଥିବା ବେଳେ ଖସି ପଡ଼ିଲେ ମହିଳା। କୂଅରେ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୩ନମ୍ବର ୱାର୍ଡରେ। ମୃତ ମହିଳା ଜଣଙ୍କ ହେଲେ ଶାନ୍ତିଲତା ବେହେରା।
ଗତକାଲି ସନ୍ଧ୍ୟାରେ ଶାନ୍ତିଲତା ନିଜ ଘର ପାଖ କୂଅରୁ ପାଣି କାଢ଼ୁଥିଲେ। ଅସାବଧାନତା କାରଣରୁ ସେ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଶାନ୍ତିଲତାଙ୍କୁ ପାଇ ନଥିଲେ। ପରେ ମହିଳାଙ୍କ ମୃତଦେହ କୂଅରେ ଭାସୁଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Well_1730788631.jpg)