Advertisment

ସ୍କୁଲରୁ ଫେରୁଥିଲେ, ବଜ୍ରାଘାତ ନେଲା ଜୀବନ

ଡିଡୁନ ଆଜି ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିଲେ। ସେତିକି ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Lightning Death

Lightning Death

ବଜ୍ରାଘାତରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ମଙ୍ଗରାଜପୁର ଗାଁରେ ଘଟିଛି ଏହି ଘଟଣା। ମୃତ ଛାତ୍ରଙ୍କ ନାଁ ଡିଡୁନ ସେନାପତି (୧୪)।

Advertisment

ଡିଡୁନ ଆଜି ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ତେଣୁ ଡିଡୁନ ଏକ ଗଛ ତଳେ ଛିଡ଼ା ହୋଇଯାଇଥିଲେ। ସେତିକି ବେଳେ ବିଜୁଳି ମାରିଥିଲା ଓ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। 

ଘଟଣା ସଂପର୍କରେ ସ୍ଥାନୀୟ ଲୋକ ଡିଡୁନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଡିଡୁନଙ୍କୁ ବଡ଼ଚଣା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Lightning Death Lightning Strikes