Advertisment

ଗାଧୋଇବା ବେଳେ ସୁଅରେ ଭାସିଗଲେ ଯୁବକ

ଗାଧୋଇବା ବେଳେ ପ୍ରଖର ସୁଅରେ ସେ ଭାସି ଯାଇଥିଲେ।

author-image
Biswajit Samal
River

River

ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ମୃତ। ମୃତ ଯୁବକ ନାଁ ହେଉଛି ସେବକ ରଥ। ତାଙ୍କ ଘର ତାଳକୁସୁମ ଗାଁରେ ବୋଲି ଯଣାପଡ଼ିଛି।

Advertisment

ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନ ଅନ୍ତର୍ଗତ ତାଳକୁସୁମ ଗାଁରେ। ଆଜି ସକାଳେ ସେବକ ରଥ ଚିତ୍ରୋତ୍ପଳା ନଦୀକୁ ସାଙ୍ଗ ମାନଙ୍କ ସହ ଗାଧୋଇ ବାକୁ ଯାଇଥିଲେ। ଗାଧୋଇବା ବେଳେ ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେବକଙ୍କୁ ଅନେକ ସମୟ ଖୋଜାଖୋଜି କରିବା ପରେ ଶେଷରେ ତାଙ୍କୁ ପାଇଥିଲେ।

ତେବେ ସଙ୍ଗେସଙ୍ଗେ ସେବକଙ୍କୁ ନଦୀରୁ ଉଦ୍ଧାର କରି ମେଡିକାଲକୁ ନେଇ ଯାଇଥିଲେ ସ୍ଥାନୀୟ ଲୋକେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଗୋଟିଏ ପଟେ ସେବକଙ୍କ ଜେଜେ ମା’ ଙ୍କର ମୃତ୍ୟୁକୁ ୧୨ଦିନ ହୋଇଥିବା ବେଳେ ଆଜି ତାଙ୍କର ଦ୍ୱାଦଶ ଭୋଜି ଚାଲିଥିଲା। ଅନ୍ୟପଟେ ସେବକଙ୍କ ମୃତ୍ୟୁ ଘଟଣା ତାଙ୍କ ପରିବାରରେ ଶୋକରଛାୟା ଖେଳିଯାଇଛି।

Kendrapada Revir