Advertisment

Accident: ପଛରୁ ଧକ୍କା ଦେଇ ମୁଣ୍ଡ ଉପରେ ଚଢ଼ିଗଲା ହାଇୱା; ଗର୍ଭବତୀ ସ୍ତ୍ରୀ ମୃତ, ସ୍ଵାମୀ ଆହତ

କେନ୍ଦୁଝରର ଭଦ୍ରାସାହି-ବଡ଼ବିଲ ରାସ୍ତାର ଭୂଷୁଗାଁ ନିକଟରେ ବୁଧବାର ଏକ ହାଇୱା ଏକ ବାଇକ୍‌କୁ ପଛରୁ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି।

author-image
Jitendra Garnayak
Death

ମୃତଦେହକୁ ବଡ଼ବିଲ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଚିହ୍ନା ପରିଚିତଙ୍କ ଗହଳି ଲାଗିଛି

କେନ୍ଦୁଝରର ଭଦ୍ରାସାହି-ବଡ଼ବିଲ ରାସ୍ତାର ଭୂଷୁଗାଁ ନିକଟରେ ବୁଧବାର ଏକ ହାଇୱା ଏକ ବାଇକ୍‌କୁ ପଛରୁ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି। 

Advertisment

ମୃତ ମହିଳାଙ୍କ ନାଁ ମଧୁସ୍ମିତା ମହାନ୍ତ। ତାଙ୍କ ସ୍ୱାମୀଙ୍କ ନାଁ ମନୋରଞ୍ଜନ ମହାନ୍ତ। ସେ ଆହତ ହୋଇଥିଲେ ହେଁ ବିପଦମୁକ୍ତ ଅଛନ୍ତି।

ମନୋରଞ୍ଜନଙ୍କ ଘର ବାରିଆ ଥାନା ଉଚ୍ଚବାଲି ପାହାଡ଼ଭଙ୍ଗା ଅଞ୍ଚଳରେ। ତେବେ ସେ ବଡ଼ବିଲରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ତାଙ୍କ ସହିତ ପତ୍ନୀ ମଧୁସ୍ମିତା ମହାନ୍ତ ରହୁଥିଲେ। 

Advertisment

ମଧୁସ୍ମିତା ୪ ମାସର ଗର୍ଭବତୀ। ଆଜି ମନୋରଞ୍ଜନ ତାଙ୍କୁ ଚେକ୍‌ଅପ୍ ପାଇଁ ଯୋଡ଼ା ନେଇଥିଲେ। ସେଠାରୁ ବଡ଼ବିଲ ଫେରିବା ବେଳେ ଭୂଷୁଗାଁ ନିକଟରେ ଘଟିଥିଲା ଦୁର୍ଘଟଣା। 

ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଛିଟିକି ପଡ଼ିଥିଲେ। ଏହା ପରେ ହାଇୱାଟି ମଧୁସ୍ମିତାଙ୍କ ମୁଣ୍ତ ଉପରେ ମାଡ଼ିଯାଇଥିଲା।

ବଡ଼ବିଲ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୁଲିସର ତଦନ୍ତ ଜାରି ରହିଛି। 

ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ମୁର୍ଷୁଣ୍ଢି ରାସ୍ତାର ହିଲୁଙ୍ଗ ଛକ ନିକଟରେ ତିନିଟି ବାଇକ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି, ବଡ଼ମାଳ ଗାଁର ଅଗସ୍ତି ଭୋଇ, ହିଲୁଙ୍ଗ ଗାଁର ଭଗବାନ ସେଠୀ ଓ ବଙ୍କିଆ ଗାଁର ଚନ୍ଦନ ଭୋଇ।