Advertisment

ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ; ଜଳିଗଲେ ପତ୍ନୀ, ସରପଞ୍ଚ ଗୁରୁତର

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Firing

Firing

Advertisment

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisment

 ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ମେହେର ଓ ତାଙ୍କ ପତ୍ନୀ ରହୁଥିଲେ। ଶ୍ରୀବନ୍ତ ବାଣିଭୂଷଣପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ ।

ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ହଠାତ୍‌ ଗ୍ୟାସ ସିଲିଣ୍ଡରରୁ ନିଆଁ ବ୍ୟାପୀ ତାଙ୍କ ଦେହରେ ଲାଗି ଯାଇଥିଲା। ବିଷ୍ଣୁପ୍ରିୟା ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ଶ୍ରୀବନ୍ତ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ। ଫଳରେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା ।

Advertisment

ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶ୍ରୀବନ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଖବର ପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

Boudh Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe