Advertisment

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଉଭୟ ଶ୍ରୀକାନ୍ତ ଓ ସୁମତି ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

Accident

Accident

Advertisment

ଗଞ୍ଜାମ ଜିଲ୍ଲା ପୋଲସରା ମାଢୁଆ ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ବାଇକ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି l ଉଭୟ ସ୍ଥାନୀୟ ନିଗମ ନଗର ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତା ମହିଳା ହେଲେ ସୁମତି ମହାରଣା ଓ ଗୁରୁତରଜଣକ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ମହାରଣା ବୋଲି ଜଣାଯାଇଛି।

Advertisment

ଉଭୟ ଶ୍ରୀକାନ୍ତ ଓ ସୁମତି ବାଇକ୍‌ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ମାଢୁଆ ଶଙ୍ଖ ନିକଟରେ ଉଭୟ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ସୁମତିଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଗୁରୁତର ଆହତ ଶ୍ରୀକାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅଜଣା ଗାଡି ଧକ୍କା ନା ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି ତାର ତଦନ୍ତ ଆରମ୍ଭ କରିଛି ପୋଲସରା ପୁଲିସ l

Advertisment
Road Accident Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe