Advertisment

ଅଧା ରହିଗଲା ମା’ଙ୍କ ଶ୍ରାଦ୍ଧ, ବାପ ଘରେ ପହଞ୍ଚିବା ପୂର୍ବରୁ ଉଠିଲା କୋକେଇ

ଧକ୍କା ଦେବା ପରେ ଡମ୍ପରଟି ଜୟଶ୍ରୀ ଦୁଇ ଗୋଡ଼ ଓ ଅଚିନ୍ତଙ୍କ ହାତରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୋଗରାଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

Accident

Accident

Advertisment

ମାଆଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭାଗ ଦେବା ପାଇଁ ଯାଉଥିଲେ। ସାଥୀରେ ଥିଲେ ସାତ ଜନମର ଜୀବନ ସାଥୀ। ସେଥିପାଇଁ ବହୁ ଉତ୍ସାହିତ ଥିଲେ ଜୟଶ୍ରୀ। ହେଲେ ଅଧା ବାଟରେ ଧୋକା ଦେଲା ସମୟ। ବାପ ଘରେ ପହଞ୍ଚିବା ପୂର୍ବରୁ ଉଠିଲା କୋକେଇ। ଆଉ ଲୋହରେ ଭିଜିଲା ଶାଶୁ ଘରଠାରୁ ବାପଘର। ସେପରେ ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି ସ୍ୱାମୀ। ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ଭୋଗରାଇ ବ୍ଲକ୍‌ ରସଲପୁର ଗାଁର ଅଚିନ୍ତ ମହାପାତ୍ର ଫତେଇ ଏମ୍‌ଇ ସ୍କୁଲରେ ଶିକ୍ଷକ। ତାଙ୍କ ପତ୍ନୀ ଜୟଶ୍ରୀ ରସଲପୁର ଅଙ୍ଗନବାଡି କର୍ମୀ। ଆଜି ମାଆଙ୍କ ଶ୍ରାଦ୍ଧବାର୍ଷିକୀ ଥିବାରୁ ସ୍ୱାମୀଙ୍କ ସହିତ ସ୍କୁଟିରେ ବାପଘର କାଳେହି ଗାଁକୁ ଯାଉଥିଲେ ଜୟଶ୍ରୀ। ବହୁଦିନ ପରେ କର୍ମ ଯଞ୍ଜାଳରୁ ସମୟ ମିଳିଥିବାରୁ ବାପ ଘରକୁ ଯାଉଥିବାରୁ ବେଶ ଖୁସି ଥିଲେ ଜୟଶ୍ରୀ। ହେଲେ ତାଙ୍କର ସେହି ଖୁସିରେ ଲାଗିଲା କାହାର ନଜର? ଭୋଗରାଇ ଥାନା ଛକ ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ବାଲି ବୋଝେଇ ଡମ୍ପର ଧକ୍କା ଦେଇଥିଲା। ସ୍କୁଟିରୁ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ ସ୍ୱାମୀ-ସ୍ତ୍ରୀ।

ଧକ୍କା ଦେବା ପରେ ଡମ୍ପରଟି ଜୟଶ୍ରୀ ଦୁଇ ଗୋଡ଼ ଓ ଅଚିନ୍ତଙ୍କ ହାତରେ ଚଢ଼ି ଯାଇଥିଲା। ସ୍ଥାନୀୟ ଲୋକେ ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୋଗରାଇ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ତେବେ ବସ୍ତା ନିକଟରେ ଜୟଶ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅଚିନ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe