Advertisment

ବଡ଼ବଡ଼ୁଆ ଡାକିବାକୁ ଆସିଥିଲେ ଦମ୍ପତି, ବ୍ୟାକ୍‌ ଗିଅର ନେଲା ମହିଳାଙ୍କ ଜୀବନ

ବଡ଼ବଡ଼ୁଆ ଡାକିବାକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଭୁବନେଶ୍ୱର ଆସିଥିବା ଜଣେ ମହିଳାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଆଲୋକର ପର୍ବ ଦୀପାବଳି ରାତିରେ ମଦ୍ୟପ କାର୍‌ ଡ୍ରାଇଭର ଘଟାଇଲେ ଉନ୍ମତ୍ତକାଣ୍ଡ । ବ୍ୟାକ ଗିୟର ପକାଇ ନେଇଗଲେ ଜୀବନ । ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଅଘଟଣ।

Advertisment

ବଡ଼ବଡ଼ୁଆ ଡାକିବାକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଭୁବନେଶ୍ୱର ଆସିଥିବା ଜଣେ ମହିଳାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି।

ମୃତା ମହିଳାଜଣକ ହେଲେ ସୁଲୋଚନା ମହାନ୍ତି। ଏହି ଦୁର୍ଘଟଣାରେ ସୁଲୋଚନାଙ୍କ ସ୍ୱାମୀ ଜୁରିନାଥ ବେବର୍ତ୍ତା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Advertisment

ବଡ଼ବଡ଼ୁଆ ଡାକିବା ପାଇଁ ଉଭୟ ଦିଗପହଣ୍ଡିରୁ ଆସିଥିବା ବେଳେ ଘଟିଛି ଏହି ଅଘଟଣ। ଗତକାଲି ଉଭୟ ବିନ୍ଦୁ ସାଗର କୂଳରେ ପୟାଶ୍ରାଦ୍ଧ ପକାଇବା ସହ ବଡ଼ବଡ଼ୁଆଙ୍କୁ ଡାକିଥିଲେ। ଏହାପରେ ଆଜି ସେମାନେ ପୁରୀ ଯାଇଥାନ୍ତେ। ମାତ୍ର ତାହା ପୂର୍ବରୁ ଲିଙ୍ଗରାଜ ମନ୍ଦିର ନିକଟରେ ଘଟିଗଲା ଅଘଟଣ।

ଗାଡ଼ିଟିକୁ ଜବତ କରି ପୁଲିସ୍‌ ଥାନା ପରିସରରେ ରଖିଥିବା ବେଳେ ଚାଳକ ଫେରାର ହୋଇ ଯାଇଥିବା ଜଣାଯାଇଛି। ଗାଡ଼ିଟି ଗୌତମ ମିଶ୍ରଙ୍କ ନାଁରେ ଥିବା ବେଳେ ମାସେ ତଳେ ସେ ଏହାକୁ କିଣିଥିବା ପୁଲିସ୍‌ ଜାଣିବାକୁ ପାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, କାର୍‌ରେ ୨,୩ ଜଣ ନିଶାସକ୍ତ ଅବସ୍ଥାରେ ଥିଲେ। ଦୁର୍ଘଟଣା ଘଟାଇ ସେମାନେ ଫେରାର ହୋଇ ଯାଇଛନ୍ତି। 

Road Accident