Advertisment

ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ; ଜଳିଗଲେ ମହିଳା

ମହିଳାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
fire

fire

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଲାଗିଗଲା ନିଆଁ। ଏଥିରେ ଜଣେ ମହିଳା ଜଳିଯାଇ ଗୁରୁତର ଆହତ ହୋଇଛନ୍ତି।  ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ଖଡ଼ିକୁଦର ଗାଁରେ।

Advertisment

ଗତକାଲି ରାତିରେ ଗୋପୀନାଥ ହେମ୍ବ୍ରମଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ଏହି ସମୟରେ ହଠାତ୍ ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ୍ ହୋଇ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କ ଚିତ୍କାର ଶୁଣି ଦୌଡ଼ି ଆସି  ଉଦ୍ଧାର କରିଥିଲେ।

ଆହତ ମହିଳାଙ୍କୁ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ଶରୀରର ୭୦ ଭାଗ ପୋଡ଼ି ଯାଇଛି। ଦୁର୍ଘଟଣାରେ ଆଉ କାହାର କିଛି ହୋଇନାହିଁ।

Advertisment
Fire Breakout Mayurbhanj