Advertisment

ଓହ୍ଲାଇଲା ବେଳେ ଛାଡ଼ିଦେଲା ଟ୍ରେନ୍; ଚାଲିଗଲା ମହିଳାଙ୍କ ଜୀବନ

ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି।

undefined

Deadbody

Advertisment

ଓହ୍ଲାଇଲା ବେଳେ ଛାଡ଼ିଦେଲା ଟ୍ରେନ୍। ଟ୍ରାକ୍‌ରେ ଖସି ପଡ଼ି ଜଣେ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ବ୍ରହ୍ମପୁର ରେଳ ଷ୍ଟେସନରେ। ମୃତ ମହିଳାଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ଭୋର ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ କନ୍ୟାକୁମାରୀ - ଡିବୁରୁଗଡ ବିବେକ ଏକ୍ସପ୍ରେସ ଅଟକିଥିଲା। ସବୁ ଯାତ୍ରୀଙ୍କ ପରି ମୃତ ମହିଳା ଜଣଙ୍କ ମଧ୍ୟ ଟ୍ରେନରୁ ଓହ୍ଳାଉଥିଲେ। ଏହି ସମୟରେ ଟ୍ରେନ୍ ଛାଡ଼ି ଦେଇଥିଲା। ମହିଳାଙ୍କ ଗୋଡ଼ ଟ୍ରାକରେ ପଶିଯାଇଥିଲା। ଫଳରେ ତାଙ୍କ ବାମ ଗୋଡ଼ କଟିଯାଇଥିଲା।

ଜିଆରପି ପୁଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜିଆରପି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Ganjam Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe