Advertisment

ଖାଇକୁ ଖସି ପଡ଼ିଲା କାର୍‌, ଚାଲିଗଲା ମା’ ଓ ୧୦ ମାସର ପୁଅ ସହ ୩ ଜୀବନ

କାରରେ ଥିବା ଜଣେ ମହିଳା ଓ ତାଙ୍କର ୧୦ ମାସର ପୁଅ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ପରିବାର ଆଉ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

Car

Car

Advertisment

ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏଠାରେ ଥିବା ପାହାଡ଼ିଆ ରାସ୍ତାରୁ ଭାରସାମ୍ୟ ହରାଇ ଗୋଟିଏ କାର୍‌ ଗଭୀର ଖାଇକୁ ଖସି ପଡ଼ିଛି। ଫଳରେ କାରରେ ଥିବା ଜଣେ ମହିଳା ଓ ତାଙ୍କର ୧୦ ମାସର ପୁଅ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ମହିଳାଙ୍କ ପରିବାର ଆଉ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

Advertisment

ପୁଲିସର ସୂଚନା ଅନୁଯାୟୀ, ଘଟଣାଟି ଶୁକ୍ରବାର ରାତି ପ୍ରାୟ ୧୨.୪୦ରେ ଘଟିଛି। ଗୋଟିଏ ପରିବାରର ୬ ଜଣ ଲୋକ ମାଲିକୋଟେ ଗାଁରୁ ଚାସାନା ଅଭିମୁରେ ଇକୋ କାରରେ ଯାଉଥିଲେ।

ଗାଡ଼ିଟି ଚାମାଲୁ ମୋର ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ଘଟିଥିଲା ଅଘଟଣ। ପାହାଡ଼ିଆ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ସିଧା ରାସ୍ତାକୁ ଖସି ଗଭୀର ଖାଇରେ ଖସି ପଡ଼ିଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ପୂରା ଛିନଛତ୍ର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୨୭ ବର୍ଷୀୟ କୁଲଚା ଦେବୀ, ତାଙ୍କର ୧୦ ମାସର ପୁଅ ନୀରଜ ସିଂହ ଓ ପୁତୁରା ୧୯ ବର୍ଷୀୟ ସନଧୁର ସିଂହ ପ୍ରାଣ ହରାଇଥିଲେ।

ଦୁର୍ଘଟଣା ଗ୍ରସ୍ତ ଗାଡ଼ିରୁ କୁଲଚା ଦେବୀଙ୍କ ସ୍ୱାମୀ ଚନକର ସିଂହ, ଭାଇ ଧୁନକର ଓ ପୁତରା ଅଜୟ ସିଂହଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ଜମ୍ମୁ ସ୍ଥିତ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।

Accident Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe