Advertisment

ଥାନା ସମ୍ମୁଖରେ ଦେହରେ ନିଆଁ ଲଗାଇଦେଲେ ମହିଳା

ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲସ ଗିରଫ କରିଥିଲା। ତେଣୁ ଆଜି ସକାଳେ ରଶ୍ମିତା ଥାନାରେ ପହଞ୍ଚିଥିଲେ।

Ambulance

Ambulance

Advertisment

ଦେହରା ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଆଜି ଏପରି ଘଟଣା ଘଟିଛି। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

Advertisment

ଗୁରୁବାର ରାତିରେ ଖର୍ତ୍ତାଙ୍ଗ ଗାଁର ରଶ୍ମିତାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲସ ଗିରଫ କରିଥିଲା। ତେଣୁ ଆଜି ସକାଳେ ରଶ୍ମିତା ଥାନାରେ ପହଞ୍ଚିଥିଲେ। ସ୍ୱାମୀ ଶଙ୍କର ନିର୍ଦ୍ଦୋଷ, ତାଙ୍କୁ ଛଡ଼ନ୍ତୁ ବୋଲି ପୁଲିସ୍‌ ବାବୁଙ୍କୁ କାକୁତି ମିନତି ହୋଇଥିଲେ। ହେଲେ ପୁଲିସ ଶୁଣିନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ ରଶ୍ମିତା। ଯାହାଫଳରେ ତାଙ୍କ ଶରୀର ପୋଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମାହାଙ୍ଗା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ରଶ୍ମିତାଙ୍କୁ ଚିକିତ୍ସା କରିଥିବା ମାହାଙ୍ଗା ଡାକ୍ତରଖାନା ଡକ୍ଟର ଲିପ୍ସା କହିଛନ୍ତି, ପେସେଣ୍ଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ୫୪ ପ୍ରତିଶତ ପୋଡ଼ି ଯାଇଛି। ଦୁଇ ଗୋଡ଼କୁ ଛାଡ଼ିଦେଲେ ପୂରା ଶରୀର ପୋଡି ଯାଇଛି। ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର କହିଛନ୍ତି।

Advertisment

ରିପୋର୍ଟ-ସାଲେପୁରରୁ ମନୋଜ ଆଚାର୍ଯ୍ୟ

Cuttack Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe