Advertisment

ଶୋଇ ପଡ଼ିଲେ ଡ୍ରାଇଭର, ଜୀଅନ୍ତା ଜଳିଗଲେ ମହିଳା

ଗାଡି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କୁ ନିଦ ଲାଗିଥିଲା। ଏହାପରେ ହଠାତ୍‌ ତାଙ୍କ ଆଖି ପଡିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇଥିଲେ।

Bus overturns

Bus overturns

Advertisment

ଗାଡ଼ି ଚଲାଇବା ବେଳେ ହଠାତ୍‌ ଶୋଇ ପଡିଲେ ଡ୍ରାଇଭର। ଜୀବନ୍ତ ଜଳିଗଲେ ମହିଳା। ତେଲେଙ୍ଗାନାର ଜୋଗୁଲାମ୍ବା ଜିଲ୍ଲରେ ଆଜି ଭୋରୁ ଏଭଳି କିଛି ଘଟଣା ଘଟିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ମଧ୍ୟ ହୋଇଛନ୍ତି।

Advertisment

ଚିତ୍ତୁର ଯାଉଥିବା ଏକ ଘରୋଇ ବସ୍‌ରେ ଆଜି ଭୋରୁ ନିଆଁ ଲାଗିଯାଇଛି। ଫଳରେ ଏଥିରେ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥର ଏର୍ରାବଲ୍ଲି ଛକରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଗାଡି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କୁ ନିଦ ଲାଗିଥିଲା। ଏହାପରେ ହଠାତ୍ ତାଙ୍କ ଆଖି ପଡିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ବସ୍‌ଟି ଓଲଟି ପଡିଥିଲା। ଏଥିରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ଆସିଥିଲେ। କିନ୍ତୁ ଯାତ୍ରୀ ଝରକା ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ଜଣେ ମହିଳା ଯାତ୍ରୀ ବାହାରକୁ ଆସିବା ବେଳେ ତାଙ୍କ ହାତ ଫଶି ଯାଇଥିଲା। ଫଳରେ ସେ ଜୀବନ୍ତ ଜଳି ଯାଇଥିଲେ।

Advertisment

ସେହିପରି ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗଡଓ୍ୱାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଆହତଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ବସ୍‌ଟି ପୂରାପୁରି ଜଳି ଯାଇଥିବା କୁହାଯାଉଛି। ଏହି ଭଲ୍‌ଭୋ ଘରୋଇ ବସ୍‌ରେ ୪୦ ଯାତ୍ରୀ ଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Bus Catch Fire Bus Accident Telangana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe