Advertisment

ଘରୁ ଶୁଭିଲା ଚିତ୍କାର, ଜୀଅନ୍ତା ଜଳିଗଲେ ମହିଳା

ଅର୍ଚ୍ଚନା ପ୍ରାୟ ୧୨ ବର୍ଷ ପୂର୍ବେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି।

Lady

Lady

Advertisment

ଘର ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲେ ମହିଳା । ଗାଁ ଲୋକେ ରକ୍ଷା କରିବା ପୂର୍ବରୁ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ। ଏପରି ଏକ ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଅଘଟଣ । ମହିଳାଙ୍କ ସ୍ୱାମୀ ଫ

Advertisment

ମୃତା ମହିଳାଜଣକ ହେଲେ ୨୮ ବର୍ଷୀୟା ଅର୍ଚ୍ଚନା ବେହେରା । ଅର୍ଚ୍ଚନା ପ୍ରାୟ ୧୨ ବର୍ଷ ପୂର୍ବେ ରସଲପୁର ଗାଁର ଭାସ୍କର ବେହେରାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ ଅଛନ୍ତି। ଭାସ୍କର ବାହାରେ ରହି କାମ କରୁଥିବା ବେଳେ ମଝିରେ ଗାଁକୁ ଆସି ରହିଥାନ୍ତି।

ଭାସ୍କର ନିଜ ପରିବାର ସହ ଗାଁରେ ରହୁଥିବା ବେଳେ ତାଙ୍କ ବାପାମା’ ଅନ୍ୟତ୍ର ରହୁଥିଲେ। ଆଜି ସକାଳେ ପିଲାମାନେ ସ୍କୁଲ ଚାଲିଯିବା ପରେ କୌଣସି କାରଣକୁ ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା।

Advertisment

ଏହାପରେ ହଠାତ୍‌ ଅର୍ଚ୍ଚନାଙ୍କ ଶରୀରରେ ନିଆଁ ଲାଗି ଯାଇଥିବା ବେଳେ ସେ ହୁତୁହୁତୁ ହୋଇ ଜଳୁଥିଲେ। ଅର୍ଚ୍ଚନାଙ୍କ ଚିତ୍କାର ଶୁଣି ପାଖପଡ଼ୋଶୀ ଦୌଡ଼ି ଆସିଥିଲେ ବି ନିଆଁକୁ ଲିଭାଇ ପାରି ନ ଥିଲେ। ସେମାନେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ କଲ୍‌ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସେତେବେଳକୁ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇ ସାରିଥିଲା।

ନିଆଁ ଏତେ ଜୋର ଜଳି ଥିଲା ଯେ, ଘରର ବହୁ ଆସବାବପତ୍ର ବି ଜଳି ଯାଇଛି। ଏହି ଘଟଣା ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଭାସ୍କର ଫେରାର ହୋଇ ଯାଇଛନ୍ତି। ତାଙ୍କ ବାପ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ଅର୍ଚ୍ଚନା ନିଜେ ନିଜ ଦେହରେ ନିଆଁ ଲଗାଇଦେଲେ ନା ଭାସ୍କର ନିଆଁ ଲଗାଇ ତାଙ୍କୁ ହତ୍ୟା କରିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ିନି । ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Balasore Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe