Advertisment

ମହିଳାଙ୍କୁ ଉଠାଇ ଶୁଣ୍ଢରେ କଚାଡି ଦେଲା

ମନ୍ଦିରିଙ୍କ ମୃତ୍ୟୁକୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

Representational image

Elephant

Advertisment

ମହିଳାଙ୍କୁ କଚାଡ଼ି ମାରିଲା ହାତୀ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦିରି ସାହୁ(୪୫)।

Advertisment

ଆଜି ସକାଳେ ମନ୍ଦିରି ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ନିକଟରୁ ବଞ୍ଚିବା ପାଇଁ ମନ୍ଦିରି ଚେଷ୍ଟା କରିଥିଲେ। ହେଲେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ମନ୍ଦିରିଙ୍କର ମୃତ୍ୟୁ ଘଟିଥିଲା।

ମନ୍ଦିରିଙ୍କ ମୃତ୍ୟୁକୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ଗାଁକୁ ହାତୀ ପଲ ପଶି ଉପଦ୍ରବ କରିବା ସହ ଆତଙ୍କ ମଚାଉଛନ୍ତି। ବନ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment
Anugul Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe