Advertisment

ମାଡ଼ି ବସିଲା ଭାଲୁ, ଚାଲିଗଲା ମହିଳାଙ୍କ ଜୀବନ

ମହିଳାଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ।

author-image
Niharika Rout
Family

Family

ନୂଆପଡ଼ା ଜିଲ୍ଲାରେ ବାଘ ମାତିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମାତିଛି ଭାଲୁ । ବାଘ ଆକ୍ରମଣରେ ନୂଆପଡ଼ା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଭାଲୁଟି କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ଜୀବନ ନେଇଥିବା ଜଣାଯାଇଛି।

Advertisment

ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ଭବାନୀ ବାଗ ବୋଲି ସୂଚନା ମିଳିଛି l

ମହିଳାଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଦୀର୍ଘ ସମୟ ପର୍ଯ୍ୟନ୍ତ ଭବାନୀ ବାଗ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ଜଙ୍ଗଲରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲେ। ଏହାକୁ ନେଇ ଗାଁରେ କୋକୁଆ ଭୟ ଖେଳି ଯାଇଛି।

ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ ର ଅଧିକାରୀ ଏବଂ ଆମପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Bear Attack Deadbody