Advertisment

ଆମ୍ବ ଗୋଟାଇବାକୁ ଯାଇଥିଲେ; ଦଳିଦେଲା ହାତୀ

ବୃଦ୍ଧାଙ୍କୁ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି।

Elephant

Elephant

Advertisment

ଆମ୍ବ ଗୋଟାଇବାକୁ  ଯାଇଥିବା ବେଳେ ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅଁଳାବେରେଣି ଗାଁରେ। ମୃତ ବୃଦ୍ଧା ଜଣଙ୍କ ହେଲେ ଆଶା ଦେହୁରୀ।

Advertisment

ଆଜି ସକାଳେ  ଆଶା ଆମ୍ବ ଗୋଟାଇବାକୁ ଘର ନିକଟ ବଗିଚାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ କବଳରୁ ନିଜ ଜୀବନ ବଞ୍ଚାଇବାକୁ କିଛି ବାଟ ଦୌଡ଼ି ପଳାଇଥିଲେ। ହେଲେ ହାତୀଟି ତାଙ୍କୁ ଗୋଡ଼ାଇଥିଲା। ପରେ ଆଶାଙ୍କୁ ଦଳି ଦେଇଥିଲା।

ବୃଦ୍ଧାଙ୍କୁ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି। ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିଛନ୍ତି। ମୃତ ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। 

Advertisment
Anugul Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe