Advertisment

ମହିଳାଙ୍କୁ କାମୁଡ଼ି ଦେଲା ବିରୁଡି; ଚାଲିଗଲା ଜୀବନ

ଗତକାଲି ଦ୍ରୌପଦୀ ନିଜ ଘର ପଛରେ ହୋଇଥିବା ଏକ ବିରୁଡ଼ି ବସା ଭାଙ୍ଗୁଥିଲେ।

Birudi

Birudi

Advertisment

ବିରୁଡ଼ି କାମୁଡ଼ାରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗାଁର। ମୃତ ମହିଳା ଜଣଙ୍କ ହେଲେ ଦ୍ରୌପଦୀ ମହାନ୍ତି।

Advertisment

ଗତକାଲି ଦ୍ରୌପଦୀ ନିଜ ଘର ପଛରେ ହୋଇଥିବା ଏକ ବିରୁଡ଼ି ବସା ଭାଙ୍ଗୁଥିଲେ। ଏହି ସମୟରେ ବସାଟି ଭାଙ୍ଗି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଶତାଧିକ ବିରୁଡ଼ି ଉଡ଼ି ଆସି ତାଙ୍କୁ କାମୁଡ଼ି ଦେଇଥିଲେ। ଦ୍ରୌପଦୀ ଜୋରରେ ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ। ରାତିରେ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପୁଣି ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦ୍ରୌପଦୀଙ୍କର ମୃତ୍ୟୁ ଘଟିଛି। ଦ୍ରୌପଦୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Puri Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe