Advertisment

ମକା ବିଲରେ ମହିଳାଙ୍କୁ କଚାଡ଼ି ମାରିଲା

ଗତକାଲି ରାତିରେ ଏକ ଦନ୍ତା ହାତୀ ଆସି ମକା ବିଲରେ ପଶି ଫସଲ ନଷ୍ଟ କରୁଥିଲା।

author-image
Tapaswini Nayak
corn harvest

corn harvest

ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ସଙ୍ଘାପସି ଗ୍ରାମରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ କୁନି ବେହେରା ।

Advertisment

କୁନି ନିଜ ଘର ନିକଟରେ ଥିବା ବିଲରେ ମକା ଚାଷ କରିଥିଲେ। ଗତକାଲି ରାତିରେ ଏକ ଦନ୍ତା ହାତୀ ଆସି ମକା ବିଲରେ ପଶି ଫସଲ ନଷ୍ଟ କରୁଥିଲା। କୁନି ଯାଇ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ହାତୀ ହାବୁଡରେ ପଡ଼ି ଯାଇଥିଳେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ପରିବାର ଲୋକେ କୁନିଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ।

ହାତୀଟିକୁ ଘଉଡାଇବା ସହ କୁନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କୁନିଙ୍କୁ ମୃତ ଘୋଷଣା କରିଥିଲେ। କୁନିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Elephant Attack Debagrah