Advertisment

Accident: ଭାଇ ସହିତ ନିଜ ବାହାଘରର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଉଥିଲେ ଯୁବତୀ, ଦୁର୍ଘଟଣାରେ ଚାଲିଗଲା ଜୀବନ

ଆସନ୍ତା ମାର୍ଚ୍ଚ ୧ ତାରିଖରେ ବାହାଘର ହୋଇଥା’ନ୍ତା। ନିଜ ବାହାଘର ପାଇଁ ଭାଇ ସହିତ ସଂପର୍କୀୟଙ୍କ ଘରକୁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଉଥିଲେ। ହେଲେ ବାଟରେ ହେଲା ଦୁର୍ଘଟଣା। ଆଉ ଚାଲିଗଲା ତାଙ୍କ ଜୀବନ।

author-image
Jitendra Garnayak
Card

ଆସନ୍ତା ମାର୍ଚ୍ଚ ୧ ତାରିଖରେ ବାହା ହୋଇଥା’ନ୍ତେ। ନିଜ ବାହାଘର ପାଇଁ ଭାଇ ସହିତ ସଂପର୍କୀୟଙ୍କ ଘରକୁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଉଥିଲେ। ହେଲେ ବାଟରେ ହେଲା ଦୁର୍ଘଟଣା। ଆଉ ଚାଲିଗଲା ତାଙ୍କ ଜୀବନ। ମୃତ ଯୁବତୀଙ୍କ ନାଁ ହୀରାବତି ରୋହିଦାସ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଭେଲୁଆଁଟିକ୍ରା ଗାଁରେ। 

Advertisment

ହୀରାବତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ନିରଞ୍ଜନ ରୋହିଦାସ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହୀରାବତି ତାଙ୍କ ଭାଇ ନିରଞ୍ଜନଙ୍କ ସହିତ ଆଜି ସକାଳେ ବାଇକ୍‌ରେ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ। ଝାରସୁଗୁଡା ସଦର ବ୍ଲକର ଚନ୍ଦନୀମାଲ ପଞ୍ଚାୟତର ଘୁଷୁରାମୁଣ୍ଡା ଗାଁରେ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଉଭୟ ହୀରାବତି ଓ ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ହୀରାବତିଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ନିରଞ୍ଜନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।

Advertisment

ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସିଜୁକଳା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଘଟିଛି ସିରିଜ୍ ଦୁର୍ଘଟଣା। କାର ଉପରେ ଏକ ଟ୍ରକ୍‌ର ଡାଲା ଓଲଟି ପଡ଼ିଥିଲା। ସେହି ସମୟରେ ପଛରୁ ଆସୁଥିବା ଏକ ବାଇକ୍ କାର ପଛରେ ପିଟି ହୋଇଯାଇଥିଲା। ବାଇକ୍‌ ଆରୋହୀ ଓ କାରରେ ବସିଥିବା ୩ ଯାତ୍ରୀ ଆହତ ହୋଇଛନ୍ତି। କାରରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ପରୀକ୍ଷାର୍ଥୀ ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ନେଇଥିଲା।  

ସେହିଭଳି ରାୟଗଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାର ଟିକିରିର ମଶୁରିପଦର ନିକଟରେ ଏକ ଟ୍ୟାଙ୍କର ବାଇକ୍‌କୁ ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଯାତ୍ରା ଦେଖିବାକୁ କାଶୀପୁର ଯିବା ବେଳେ ଘଟିଥିଲା ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।