Advertisment

ରଙ୍ଗ ମାଟି ଆଣିବାକୁ ଯାଇଥିଲେ, ଲିଭିଗଲା ଜୀବନ ଦୀପ

ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

author-image
Jitendra Garnayak
Accident

Accident

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କାରାଗାଁ ପଞ୍ଚାୟତ ଅନ୍ତର୍ଗତ ଲୋହରାଗୁଡ଼ା ଗାଁରେ ମାଟି ଅତଡ଼ା ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତ ମହିଳାଙ୍କ ନାଁ ସନାଦୀ ଭତ୍ରା। ତାଙ୍କ ଘର ପର୍ସଲା ଗ୍ରାମରେ। ଗୁରୁତର ଆହତ ମହିଳାଙ୍କ ନାଁ ତୁଳାବତୀ ଗୌଡ଼। ତାଙ୍କ ଘର ମନୁଗୁଡ଼ାରେ। ତାଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପର୍ସଲା ଓ ମନୁଗୁଡ଼ା ଗାଁର ୮-୧୦ ଜଣ ମହିଳା ଘର ଲିପିବା ନିମନ୍ତେ ରଙ୍ଗ ମାଟି ସଂଗ୍ରହ କରିବାକୁ ଲୋହରାଗୁଡ଼ା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେଠାରେ ମାଟି ସଂଗ୍ରହ କରୁଥିବା ସମୟରେ ଅଚାନକ ମାଟି ଅତଡ଼ା ଖସି ପଡ଼ିବାରୁ ତା’ତଳେ ଚାପି ହୋଇଯାଇଥିଲେ ସନାଦୀ ଓ ତୁଳାବତୀ।

Advertisment

ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ମନୁଗୁଡ଼ା ଗ୍ରାମର ତୁଳାବତୀ ଗୌଡ଼ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। ତା’ ସହିତ ସନାଦୀ ଭତ୍ରାଙ୍କ ମୃତଦେହକୁ ବାହାର କରି ପୁଲିସକୁ ଖବର ଦେଇଥିଲେ। ସିଙ୍ଗିସାରୀ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Accident