Advertisment

ଲିଫ୍ଟ ଭିତରେ ୩ ଦିନ କାଳ ଫସି ରହି ଜୀବନ ହରାଇଲେ ମହିଳା

ଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଲିଫ୍ଟଟି ଗୋଟିଏ ଚାଇନିଜ କମ୍ପାନୀ ତିଆରି କରିଥିଲା। ଏହା ଠିକ ଠାକ ମଧ୍ୟ ରହିଥିଲା। କିନ୍ତୁ ଏହାର ପଞ୍ଜୀକରଣ ହୋଇ ନଥିଲା।

author-image
Hemant Lenka
Lift

Lift

ଉଜବେକିସ୍ତାନର ତାସକେଣ୍ଟରୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଜଣେ ପୋଷ୍ଟୱମ୍ୟାନ ଓଲଗା ଲେଓନଟୟେଭା ଲିଫ୍ଟ ଭିତରେ ୩ ଦିନ କାଳ ଫସି ରହି ପ୍ରାଣ ହରାଇଛନ୍ତି। ସେ ୩ ଦିନ ହେଲା ଲିଫ୍ଟ ଭିତରେ ଫସି ରହିଥିଲେ ହେଁ କେହି ବି ତାଙ୍କୁ ଉଦ୍ଧାର କରିବାକୁ ଆସି ନଥିଲେ। ଶେଷରେ ସେ ସେହି ସ୍ଥାନରେ ଆଖି ବୁଜିଛନ୍ତି।

Advertisment

ରିପୋର୍ଟ ଅନୁସାରେ ଓଲଗା ଉଦ୍ଧାର ପାଇଁ ୯ ମହଲା ବିଶିଷ୍ଟ ବିଲଡିଂର ଟପ୍‌ ଫ୍ଲୋର୍‌ରୁ ଚିତ୍କାର କରିଥିଲେ। କିନ୍ତୁ ବାରମ୍ବାର ଚିତ୍କାର ସତ୍ତ୍ୱେ କାହାକୁ ବି ଏହା ଶୁଣା ଯାଇ ନଥିଲା। ଜୁଲାଇ ୨୪ରେ ତାଙ୍କ ପରିବାର ଲୋକ ପୁଲିସ୍‌ରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ।

ହେଲେ ନିଖୋଜ ରିପୋର୍ଟର ଦିନକ ପରେ ୩୨ ବର୍ଷୀୟ ଓଲଗାଙ୍କ ମୃତଦେହ ଲିଫ୍ଟ ଭିତରୁ ମିଳିଥିଲା। ଓଲଗା ତାଙ୍କର ୬ ବର୍ଷୀୟ ଝିଅ ସହ ରହୁଥିଲେ। ଏବେ ମା’ ଚାଲି ଯିବାରୁ ପିଲାଟି ଏକା ହୋଇଯାଇଛି।

Advertisment

ଏବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଲିଫ୍ଟଟି ଗୋଟିଏ ଚାଇନିଜ କମ୍ପାନୀ ତିଆରି କରିଥିଲା। ଏହା ଠିକ ଠାକ ମଧ୍ୟ ରହିଥିଲା। କିନ୍ତୁ ଏହାର ପଞ୍ଜୀକରଣ ହୋଇ ନଥିଲା।

ରିଜନାଲ ଇଲେକ୍ଟ୍ରିସିଟି ନେଟୱର୍କସ ନିଶ୍ଚିତ କରିଛି ଯେ ଘଟଣା ଦିନ କୌଣସି ପ୍ରକାରର ବିଜୁଳି କାଟ ହୋଇ ନଥିଲା। ତେଣୁ ଲିଫ୍ଟର ତ୍ରୁଟି କାରଣରୁ ଓଲଗାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ଲିଫ୍ଟ ତିଆରି କରିଥିବା କମ୍ପାନୀ ଓ ବିଲଡିଂ ସୁରକ୍ଷାକର୍ମୀଙ୍କ ଭୂମିକାର ତଦନ୍ତ ପୁଲିସ୍‌ କରୁଛି।

Woman