ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ନୁଆଁ ପାଣିକେଶର ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ ସେହି ଗାଁର ପୁସ୍ପାଞ୍ଜଳି ସ୍ୱାଇଁ। ପୁଷ୍ପାଞ୍ଜଳି ଆଜି ସକାଳେ ଠାକୁର ଘରକୁ ପୂଜା କରିବା ପାଇଁ ଯାଉଥିଲେ। ସେହି ସମୟରେ କୌଣସି କାରଣରୁ ଇଲେକ୍ଟ୍ରି ବୋର୍ଡରେ ହାତ ଲାଗିଯିବାରୁ ତାଙ୍କୁ କରେଣ୍ଟ ମାରିଥିଲା। ପରିବାର ଲୋକେ ପୁଷ୍ପାଞ୍ଜଳିକୁ କରେଣ୍ଟ ମାରିବା ଦେଖି ତାଙ୍କୁ ସେଠାରୁ ଉଦ୍ଧାରକରି ଥିଲେ। ଆଉ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଖବରପାଇ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।
Also Read
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳା କୁକୁର, ୬ ଗୁରୁତର
ପାଗଳ କୁକୁର କାମୁଡ଼ାରେ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Accident
ନିଆଁ ପୋଇଁ ହେଉଥିଲେ ବୃଦ୍ଧ; ଦଳିଦେଲା ଦନ୍ତା
ଗତକାଲି ବିଳମ୍ବିତ ରାତିରେ ଘର ବାହାରେ ନିଆଁ ଲଗାଇ ସେକି ହେଉଥିଲେ ସୋତୋ।
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।