Advertisment

ପିଠା ପାଇଁ ନଡ଼ିଆ ତୋଳିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନବବିବାହିତାଙ୍କ ମୃତ୍ୟୁ

ଶାଶୁ ଘରକୁ ପିଠା କରି ନେବା ପାଇଁ ଗଛରୁ ନଡ଼ିଆ ତୋଳୁଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Phulbani

Phulbani

Advertisment

କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାଦିଖୋଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘରକୁ ପିଠା କରି ନେବା ପାଇଁ ଗଛରୁ ନଡ଼ିଆ ତୋଳୁଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ମୃତ ମହିଳାଙ୍କ ନାମ ଅନନ୍ତି କହଁର। ତାଙ୍କୁ ୨୪ ବର୍ଷ ହୋଇଥିଲା। ସେ ୬ ମାସ ତଳେ ଘାଟିକୁମ୍ପା ଗ୍ରାମର ଆନନ୍ଦ କହଁରଙ୍କୁ ବିବାହ କରିଥିଲେ।

ବୁଧବାର ଅନନ୍ତି କହଁର ନିଜ ବାପ ଘର ମାଦିଖୋଲାକୁ ବୁଲି ଆସିଥିଲେ। ଆଜି ସେ ଶାଶୁଘରକୁ ଫେରିବାର ଥିଲା। ଶାଶୁଘରକୁ ପିଠା ନେଇ ଯିବା ପାଇଁ ଅନନ୍ତି ଆଜି ସକାଳେ ବାଡ଼ିରେ ଥିବା ନଡ଼ିଆ ଗଛରୁ ଏକ ଲମ୍ବା ଲାଠିରେ ନଡ଼ିଆ ତୋଳୁଥିଲେ।

Advertisment

ସେହି ସମୟରେ ନଡ଼ିଆ ଗଛ ନିକଟ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାରରେ ଲାଠିଟି ଲାଗିଯାଇଥିଲା। ଫଳରେ ଅନନ୍ତି କହଁରକୁ ବିଦ୍ୟୁତ ଆଘାତ ଲାଗିଥିଲା। ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ଘର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଅନନ୍ତିଙ୍କ ବାପ ଓ ଶାଶୁଘର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ ବିଦ୍ୟୁତ ବିଭାଗ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଉକ୍ତ ୩୩ କେଭି ବିଦ୍ୟୁତ ତାରକୁ ଅନ୍ୟତ୍ର ଘୁଞ୍ଚେଇବା ଦାବି ହୋଇଛି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Accident Woman Dies
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe