Advertisment

ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

ବଜ୍ରାଘାତର ଶିକାର ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ

ଅଦ୍ୟତନ ହୋଇଛି
deadbody

deadbody

Advertisment

ଆମ୍ବ ଗୋଟାଇବାକୁ ଯିବା ହେଲା କାଳ। ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ପଞ୍ଜାୟତର ନାକଟିଗୁଡ଼ା ଗାଁରେ। ମୃତକ ହେଉଛନ୍ତି ସାଲାଇ ମାଝି।

Advertisment

ସାଲାଇ ମାଝି (୩୫) ଆଜି ଗାଁ ନିକଟସ୍ଥ ଜଙ୍ଗଲକୁ ଆମ୍ବ ସଂଗ୍ରହ କରିବା ପାଇଁ ଯାଇଥିଲେ। ଉକ୍ତ ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ତେବେ ସାଲାଇ ଏକ ଆମ୍ବ ଗଛ ମୂଳେ ରହିଯାଇଥିଲେ। ପରେ ସେ ବଜ୍ରାଘାତର ଶିକାର ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ପରିବାର ଲୋକ ଘଟଣା ସ୍ଥଳକୁ ଯାଇଥିଲେ। ସେଠାରୁ ସାଲାଇଙ୍କ ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ନେଥିଲେ।

ଏନେଇ ଟିକିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପରିବାରଲୋକ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Advertisment
Lightening Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe