Advertisment

ଘର ଧୋଉଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଚାଲିଗଲା ମହିଳାଙ୍କ ଜୀବନ

ବସନ ମାଣମସା ପାଇଁ ଘର ଧୋଉଥିଲା।

author-image
Tapaswini Nayak
electric-shock

electric-shock

ମାଣବସା ପାଇଁ ଘର ଧୋଉଥିଲେ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ରହିଲା ଗାଁରେ। ମୃତ ମହିଳା ଜଣଙ୍କ ବସନ  ନାଏକ(୬୫)।

Advertisment

ବସନ ମାଣମସା ପାଇଁ ଘର ଧୋଉଥିଲା। ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଛିଟିକି ତଳେ ପଡ଼ି ଯାଇଥିଲେ। ବସନଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରାଯାଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଡାକ୍ତର ବସନଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।  ବସନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Sonepur