Advertisment

କେନାଲକୁ ଗାଧୋଇ ଯାଇଥିଲେ ମହିଳା, ଖସିଗଲା ଗୋଡ଼

ସକାଳୁ ସକାଳୁ କେନାଲକୁ ଗାଧୋଇ ଯାଇଥିବା ବେଳେ ଘଟିଲା ଅଘଟଣ । ଗୋଡ଼ ଖସିଯିବାରୁ ଭାସିଗଲେ ମହିଳା।

author-image
Niharika Rout
drowning case

drowning case

ସକାଳୁ ସକାଳୁ କେନାଲକୁ ଗାଧୋଇ ଯାଇଥିବା ବେଳେ ଘଟିଲା ଅଘଟଣ । ଗୋଡ଼ ଖସିଯିବାରୁ ଭାସିଗଲେ ମହିଳା। ଏପରି ଏକ ଅଘଟଣ ଆଜି ସକାଳେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ଘଟିଛି। ଭାସିଯାଇ ନିଖୋଜ ହୋଇଥିବା ମହିଳାଜଣକ ହେଲେ ବୁଢ଼ାପଙ୍କ ଗ୍ରାମ ଗଡ଼ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣିମା ସାମଲ।

Advertisment

ପୂର୍ଣ୍ଣିମା ନିଜ ସମ୍ପର୍କୀୟଙ୍କ ସହ ସକାଳେ ଗାଧୋଇବା ପାଇଁ କେନାଲକୁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ତାଙ୍କୁ ଲୁଗା ପକାଇ ଚେଷ୍ଟା କରିବା ବେଳେ ଉଦ୍ଧାର କରିବାରେ ସଫଳ ହୋଇ ପାରିନଥିଲେ ।

ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରିର୍ପ୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାଯାଇଛି।

Advertisment
Angul Drown Case