Advertisment

ପୋଖରୀରେ ବୁଡ଼ି ମହିଳା ମୃତ

ଗାଧୋବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ସେ ପୋଖରୀରେ ବୁଡ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
undefined

Deadbody

Advertisment

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଶଙ୍ଖଣା ଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ସାବିତ୍ରୀ ପହୀ(୫୦)। ତାଙ୍କ ଘର ହେଉଛି ଶଙ୍ଖଣା ଗାଁରେ।

Advertisment

ସାବିତ୍ରୀ ଆଜି ସକାଳେ ଘର ପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ସେ ପୋଖରୀରେ ବୁଡ଼ି ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ସାବିତ୍ରୀ ଘରକୁ ନଆସିବାରୁ ପରିବାର ଲୋକ ଖୋଜିବା ଆରମ୍ଭ କରିଥିଲେ।  ବହୁ  ଖୋଜାଖୋଜି କରିବା ପାରେ ପାଇ ନଥିଲେ। ତେବେ ଘର ପାଖରେ ଥିବା ପୋଖରୀକୁ ଯାଇ ଖୋଜିବା ପରେ ଶାବିତ୍ରୀଙ୍କୁ ପାଇଥିଲେ।

ସଙ୍ଗେ ସଙ୍ଗେ ପରିବାର ଲୋକୋ ପୋଖରୀରୁ ସାବିତ୍ରୀଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe