Rain
ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା। ପାଣିରେ ଭାସି ଭାସି ଯାଇ ନଦୀ ମଝିରେ ଥିବା ଟାପୁରେ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଅନେକ ପରିଶ୍ରମ କରି ମହିଳାଙ୍କ ପାଖରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଏହି ମହିଳାଙ୍କ ସମେତ ୩ ଅଗ୍ନିଶମ କର୍ମଚାରୀ ବଢ଼ି ପାଣିରେ ବୁଡ଼ି ଯାଇଥିଲେ। ତେବେ ବଢ଼ି ପାଣିରେ ଅକ୍ଳାନ୍ତ ପରିଶ୍ରମ କରି ଏହି ୩ ଅଗ୍ନିଶମ ବାହିନୀ ସମ୍ପୃକ୍ତ ମହିଳାଙ୍କୁ ଧରି କୂଳରେ ଲାଗିଥିଲେ।
ସମସ୍ତ ୪ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ କିଛି ଅଗ୍ନିଶମ କର୍ମଚାରୀଙ୍କର ବାନ୍ତି ହୋଇଥିଲା। ସେମାନେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଉଦ୍ଧାର ମହିଳା ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ। ସେ ଗାଁ ନିକଟ ବୈତରଣୀ ବଢ଼ି ପାଣିରେ ଫସି ରହିଥିବା ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିବାକୁ ଯାଇଥିଲେ।
ସେପଟେ କ୍ରମାଗତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ରାଜଘାଟ ଠାରେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୩୯.୧୪୦ ଥିଲା। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
