Advertisment

ଭୋଟ୍‌ ଦେବାକୁ ଆସି ଅଂଶୁଘାତରେ ଅସୁସ୍ଥ ହେଲେ ମହିଳା

ବୌଦ୍ଧ ନିର୍ବାଚନମଣ୍ଡଳୀର କୃଷପାଲି ମତଦାନ କେନ୍ଦ୍ରକୁ ଭୋଟ୍‌ ଦେବା ପାଇଁ ଆସିଥିଲେ ସୁରୁବାଲି ସେଠୀ। ମତଦାନ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ।

Boudh

Boudh

Advertisment

ଭୋଟ୍‌ ଦେବାକୁ ଆସିଥିଲେ ମହିଳା। ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ଅଂଶୁଘାତରେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ ମହିଳା। ଆଜି ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ଅସୁସ୍ଥ ମହିଳାଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ବୌଦ୍ଧ ନିର୍ବାଚନମଣ୍ଡଳୀର କୃଷପାଲି ମତଦାନ କେନ୍ଦ୍ରକୁ ଭୋଟ୍‌ ଦେବା ପାଇଁ ଆସିଥିଲେ ସୁରୁବାଲି ସେଠୀ। ମତଦାନ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ। ବୁଥ୍‌ରେ ନିୟୋଜିତ ଥିବା ଆଶା ଓ ପୁଲିସ କର୍ମଚାରୀମାନେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାକୁ ଅସୁସ୍ଥ ମହିଳାଙ୍କୁ ପୁଲିସ ଗାଡିରେ ପୁରୁଣା କଟକ ମେଡ଼ିକାଲ୍‌ରେ ନିଆଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅଂଶୁଘାତ ଯୋଗୁ ସେ ଅସୁସ୍ଥ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ଆଜି ବୌଦ୍ଧରେ ପ୍ରବଳ ତାତି ହେଉଛି। ତାତିକୁ ବଳି ଯାଉଛି ଅସହ୍ୟ ଗୁଳୁଗୁଳି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଘରୁ ବାହାରିବା କଷ୍ଟକର ହେଉଛି। ଆଜି ନିର୍ବାଚନ ଥିବାରୁ ଏପରି ସ୍ଥିତିରେ ଘରୁ ବାହାରିବା ପାଇଁ ପରିସ୍ଥିତି ବାଧ୍ୟ କରିଛି। ତେଣୁ ଘରୁ ବାହାରି ଅସୁସ୍ଥ ହୋଇଛନ୍ତି ସୁରୁବାଲି ସେଠୀ।

Advertisment

ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର

General Election Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe