Advertisment

ପୁଅର ପଢା ଖର୍ଚ୍ଚ ପାଇଁ ବସ୍ ଆଗକୁ ଡେଇଁଲା ମାଆ

ପୁଅର ଭବିଷ୍ୟତ, ତାର ପଢା ଖର୍ଚ୍ଚ ପାଇଁ ମାଆ ଏପରି ମୃତ୍ୟୁ ବାଛି ନେଇଛି, ଯେଉଁ ମୃତ୍ୟୁର ଅନୁଦାନରେ ପୁଅର ଭବିଷ୍ୟତ ସଜାଡି ହୋଇଯିବ। ଜଣେ ମାଆ ଏଥିପାଇଁ ସଡକ ଦୁର୍ଘଟଣାର ପଥ ଚୟନ କରିଛନ୍ତି। ଆଉ ଶେଷରେ ବସ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।

Woman jumps in front of bus

Woman jumps in front of bus

Advertisment

ପୁଅର ପଢା ଖର୍ଚ୍ଚ ନେଇଗଲା ମାଆର ଜୀବନ। ପୁଅର ଭବିଷ୍ୟତ, ତାର ପଢା ଖର୍ଚ୍ଚ ପାଇଁ ମାଆ ଏପରି ମୃତ୍ୟୁ ବାଛି ନେଇଛି, ଯେଉଁ ମୃତ୍ୟୁର ଅନୁଦାନରେ ପୁଅର ଭବିଷ୍ୟତ ସଜାଡି ହୋଇଯିବ। ଜଣେ ମାଆ ଏଥିପାଇଁ ସଡକ ଦୁର୍ଘଟଣାର ପଥ ଚୟନ କରିଛନ୍ତି। ଆଉ ଶେଷରେ ବସ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।

Advertisment

ଏହି ମହିଳା ଜଣକ ତାମିଲନାଡୁର ସାଲେମର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିମଳ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ନାମା ପାପାଥୀ(45)। ଜୁନ୍ 28 ରେ ଦ୍ରୁତଗାମୀ ବସ୍ ଆଗକୁ ଚାଲିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂତ୍ରରୁ ପ୍ରକାଶ ଯେ, ପୁଅର କଲେଜ ଫିସ୍ ଦେବାକୁ ଅସମର୍ଥ ଥିଲେ ପାପାଥୀ। ଏହାକୁ ନେଇ ସେ ସବୁବେଳେ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଯଦି ସେ ସଡକ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ତେବେ ସରକାର କ୍ଷତିପୂରଣ ଦେବେ ବୋଲି କେହି ତାଙ୍କୁ କହିଥିଲେ।

ଫଳରେ ସେ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଛି। କାରଣ ସେ ଜାଣିଶୁଣି ଚଳନ୍ତା ଗାଡି ଆଗକୁ ଚାଲି ଯାଉଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି। ତେବେ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ପାପାଥୀ ଗତ 15 ବର୍ଷ ଧରି ଏକାକି ପୁଅରୁ ଦାୟିତ୍ୱ ନେଉଥିଲେ। ବାସ୍ତବରେ ଜଣେ ମାଆ ଯେ ପୁଅ ପାଇଁ ମୃତ୍ୟୁର ପଥ ବାଛିପାରେ, ଏହା ତାର କରୁଣ ଚିତ୍ର।

Advertisment
Accident News Woman Jumps In Front Of BBus Tamilnadu Accident News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe