Advertisment

ଷ୍ଟେସନ୍‌ରେ ନଅଟକିବାରୁ ଦୁଇ ଛୁଆଙ୍କୁ ଧରି ଟ୍ରେନ୍‌ରୁ ଡେଇଁ ପଡିଲେ ମହିଳା

ପାସେଞ୍ଜର ଟ୍ରେନ୍‌ ଭାବି ସେହିଥିରେ ଦୁଇ ଝିଅଙ୍କୁ ଧରି ଯାଇଥିଲେ ଝରଣା। ପିର୍ଦ୍ଧାରିତ ସମୟରେ ଟ୍ରେନ୍‌ ଛାଡ଼ିଥିଲେ। କିଛି ବାଟ ଗଲା ପରେ ସେ ଜାଣିବାକୁ ପାଇଥିଲେ ପାସେଞ୍ଜର ନୁହେଁ, ଏକ୍ସପ୍ରେସ୍‌ରେ ଚଢ଼ିଛନ୍ତି ବୋଲି।

ଅଦ୍ୟତନ ହୋଇଛି
Train

Train

Advertisment

ପାସେଞ୍ଜର ଟ୍ରେନ୍‌ ଭାବି ଏକ୍ସପ୍ରେସ୍‌ରେ ଚଢ଼ି ଯାଇଥିଲେ। ହେଲେ ନିର୍ଦ୍ଦିଷ୍ଟ ଷ୍ଟେସନ୍‌ରେ ନଅଟିବାରୁ ଦୁଇ ଛୁଆଙ୍କୁ ଧରି ଟ୍ରେନ୍‌ରୁ ପ୍ଲାଟଫର୍ମକୁ ଡେଇଁ ପଡିଥିଲେ ମହିଳା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଛୁଆ ସୁରକ୍ଷିତ ଅଛନ୍ତି। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି।

Advertisment

ଦେଓଗାଁ ଥାନା ଜରାସିଂହା ଗାଁ ଝରଣା ମହାନନ୍ଦ କୌଣସି କାମରେ ନିଜର ଦୁଇ ଝିଅଙ୍କୁ ଧରି ବଲାଙ୍ଗିର ଯାଇଥିଲେ। କାମ ସାରିବା ପରେ ବଲାଙ୍ଗିର ରେଳ ଷ୍ଟେସନକୁ ଆସିଥିଲେ। ଘରକୁ ଘେରିବା ପାଇଁ ଦୀର୍ଘ ସମୟ ଧରି ପାସେଞ୍ଜର ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଷ୍ଟେସନ୍‌ରେ କିଛି ସମୟ ବସିବା ପରେ ଦୀନଦୟାଲ୍‌ ଉପାଧ୍ୟାୟ ବିଶାଖାପାଟଣା ସୁପରଫାଷ୍ଟ ଟ୍ରେନ୍‌ ଆସିଥିଲା।

ପାସେଞ୍ଜର ଟ୍ରେନ୍‌ ଭାବି ସେହିଥିରେ ଦୁଇ ଝିଅଙ୍କୁ ଧରି ଚଢ଼ି ଯାଇଥିଲେ ଝରଣା। ପିର୍ଦ୍ଧାରିତ ସମୟରେ ଟ୍ରେନ୍‌ ଛାଡ଼ିଥିଲା। କିଛି ବାଟ ଗଲା ପରେ ସେ ଜାଣିବାକୁ ପାଇଥିଲେ ପାସେଞ୍ଜର ନୁହେଁ, ଏକ୍ସପ୍ରେସ୍‌ରେ ଚଢ଼ିଛନ୍ତି ବୋଲି। ଏହା ପରେ କଣ କରିବେ କିଛି ଭାବି ପାରୁନଥିଲେ। ତେବେ ବଡ଼ମାଳ ରେଳ ଷ୍ଟେସନ୍‌ ଅତିକ୍ରମ କରିବା ବେଳେ ଟ୍ରେନ୍‌ର ବେଗ ସାମାନ୍ୟ ଧିର ହୋଇଯାଇଥିଲା। ସେହି ସମୟରେ ଝରଣ ଦୁଇ ଛୁଆଙ୍କୁ ଆଗେ ପ୍ଲାଟ୍‌ଫର୍ମକୁ ଠେଲି ଦେଇଥିଲେ। ତା’ପରେ ନିଜେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଦୁର୍ଭାଗ୍ୟକୁ ସେ ପ୍ଲାଟ୍‌ଫର୍ମରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ସ୍ଥାନୀୟ ଲୋକେ ଏନେଇ ରେଲୱେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପରିବାର ଲୋକଙ୍କୁ ସୂଚନା ଦେଇଛି। ସାମାନ୍ୟ ଆହତ ହୋଇଥିବା ଦୁଇ ଛୁଆଙ୍କ ଭିତରୁ ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଦୁଇ ବର୍ଷର ହୋଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ରିପୋର୍ଟ-ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe