Advertisment

ଫୁଟପାଥରେ ଯାଉଥିଲେ ୫ ଯୁବତୀ, ଚଢ଼ିଗଲା କାର୍‌

ଗତକାଲି ସନ୍ଧ୍ୟାରେ ମାଙ୍ଗାଲୁରୁ ସିଟି କର୍ପୋରେସନ ସୁଇମିଂ ପୁଲ୍‌ ନିକଟ ଫୁଟପାଥରେ କିଛି ଯୁବତୀ ଚାଲି ଚାଲି ଯାଉଥିଲେ। ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଉକ୍ତ ମହିଳାମାନଙ୍କ ଉପରେ ଚଢ଼ି ଯାଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Car

Car

କର୍ଣ୍ଣାଟକର ମାଙ୍ଗାଲୁରୁରେ ଗତ ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫୁଟପାଥରେ ଯାଉଥିବା ୫ ଯୁବତୀଙ୍କ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଛି।

Advertisment

ଗତକାଲି ସନ୍ଧ୍ୟାରେ ମାଙ୍ଗାଲୁରୁ ସିଟି କର୍ପୋରେସନ ସୁଇମିଂ ପୁଲ୍‌ ନିକଟ ଫୁଟପାଥରେ କିଛି ମହିଳା ଚାଲି ଚାଲି ଯାଉଥିଲେ। ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଉକ୍ତ ମହିଳାମାନଙ୍କ ଉପରେ ଚଢ଼ି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତା ଯୁବତୀଜଣକ ହେଲେ ୨୩ ବର୍ଷୀୟା ରୁପାଶ୍ରୀ । ସେହିପରି ଏହି ଦୁର୍ଘଟଣାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

Advertisment

ଏହି ଘଟଣା ପରେ କାର୍‌ ଛାଡ଼ି ଚାଳକ କମଳେଶ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Roadaccident Deadbody