Advertisment

ଘର ପାଖ ଦୋକାନକୁ ଯାଇଥିବା ବେଳେ ପିଟି ଦେଲା ବାଇକ୍, ମହିଳା ମୃତ

ମୃତ ମହିଳାଙ୍କୁ ୪୮ ବର୍ଷ ହୋଇଥିଲା।

author-image
Jitendra Garnayak
Deadbody

Deadbody

ଅନୁଗୋଳ ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ନିକଟରେ ୫୫ନମ୍ବର ଜାତୀୟ ରାଜପଥରେ ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୂଷାପାପୁଲି ଗାଁର ପରୀ ସାହୁ (୪୮)।

Advertisment

ସେ ଘର ପାଖ ଦୋକାନକୁ ଆସିଥିବାବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ କିଛି ସମୟ ପାଇଁ ରାସ୍ତାରୋକ ହୋଇଥିଲା।

ଦୁର୍ଘଟଣା ବିଷୟରେ ଖବର ପାଇ ଅନୁଗୋଳ ସଦର ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Advertisment
Accident Road Accident