ମାଡିଯାଉଛି କାର କଣ ଚାହିଁ ବସିଥିବ ପୋଲିସ୍ ? | Odisha Reporter
ଆଲୋକର ପର୍ବ ଦୀପାବଳି ରାତିରେ ମଦ୍ୟପ କାର୍ ଡ୍ରାଇଭର ଘଟାଇଲେ ଉନ୍ମତ୍ତକାଣ୍ଡ । ବ୍ୟାକ ଗିୟର ପକାଇ ନେଇଗଲେ ଜୀବନ । ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଅଘଟଣ। ବଡ଼ବଡ଼ୁଆ ଡାକିବାକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଭୁବନେଶ୍ୱର ଆସିଥିବା ଜଣେ ମହିଳାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ମୃତା ମହିଳାଜଣକ ହେଲେ ସୁଲୋଚନା ମହାନ୍ତି। ଏହି ଦୁର୍ଘଟଣାରେ ସୁଲୋଚନାଙ୍କ ସ୍ୱାମୀ ଜୁରିନାଥ ବେବର୍ତ୍ତା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us